ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ଗ୍ରାମରେ ପାରମ୍ପରିକ କାଳିସୀ ଯାତ୍ରା ସମ୍ପର୍ଣ୍ଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ପାରମ୍ପରିକ କାଳିସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କାର୍ତ୍ତିକ ଦଶମୀ ତିଥିରେ ଦେଉଳବରି ପର୍ବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଏକାଦଶୀ ତିଥିରେ ଦେବୀଙ୍କ ସ୍ନାନ ଯାତ୍ରା ଓ ନିଶା ପୂଜା ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ଦ୍ବାଦଶୀରେ ଦେବୀ କଲାସୀ ନଗର ପରିକ୍ରମା ସହ ନିଜ ଗୁଡି (ମନ୍ଦିର) କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବ୍ଳକର ଝାରକୁମୁଣ୍ଡା , ଉଫୁଲା , ଲାତୁରପେଟ , ସୁବଳୟା , ଲଖନୀ , କମଳପୁର , ମୁର୍ଷୁଣ୍ଢୀ , କମିରା , ବଡବର୍ଡାକଟା , ବୁଠିପଦର , ରାମ୍ଭିପାଲି , ଦନ୍ତାପାଲି , ଖଣ୍ଡହତା , ଜଟେସିଂହା , ବାଗବର , ତେନ୍ତୁଲିମହଦା , କେନଝରିଆପାଲି , ସୁନରିବେନୀ ଆଦି ବହୁ ଗ୍ରାମରେ କାଳିସୀ ଯାତ୍ରା ଅନୁଷ୍ଠିତ ହେଉଥିବା ଜଣାଯାଇଛି । ଝାରକୁମୁଣ୍ଡା , ସୁବଳୟା ଓ ସୁନାରିବେନୀ ଠାରେ ବହୁ ସଂଖ୍ୟକ ଲୋକ ଯାତ୍ରା ଦେଖିବାକୁ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ବରୁଆ ମାନଙ୍କ ଦୋଳି ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯାତ୍ରା ସକାଶେ ବିଭିନ୍ନ ଗ୍ରାମରେ ଦଣ୍ଡ , ପାଲା , ସଂର୍କୀନ ବୈଠକି ଆଦି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।