Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଏବେ ଡିପଫେକର ଶିକାର ହେଲେ ଆଲିଆ ଭଟ୍ଟ, ଚର୍ଚ୍ଚାରେ ଭିଡିଓ

ମୁମ୍ବାଇ: ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଓ ସାରା ତେନ୍ଦୁଲକରଙ୍କ ସହିତ ଆଉ କିଛି ଅଭିନେତ୍ରୀ ଡିପଫେକ ଭିଡିଓର ଶିକାର ହୋଇ ସାରିଛନ୍ତି। ଏବେ ଏହି ତାଲିକାରେ ରଣବୀର କପୁରଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲ୍ଲିଆ ଭଟ୍ଟଙ୍କ ନାମ ସାମିଲ୍ ହୋଇ ଯାଇଛି। ଆଲିଆଙ୍କ ଡିପଫେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀଙ୍କ ଭିଡିଓରେ ଆଲିଆଙ୍କ ଚେହେରା ଏଡିଟ୍ କରାଯାଇଛି।
ସାମାଜିକ ଗଣମାଧ୍ୟମରେ ଏବେ ଆଲିଆ ଭଟ୍ଟଙ୍କ ଡିପଫେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଆଲିଆଙ୍କ ବୋଲ୍ଡ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରାଯାଇଛି। ତେବେ ଭିଡିଓ ଦେଖି ଜଣା ପଡୁଛି ଯେ, ଏହା ଏଡିଟ୍ କରାଯାଇଛି। ଗତ କିଛି ଦିନ ହେବ ଡିପଫେକକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ ମଧ୍ୟ କରିଛନ୍ତି। ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଞ୍ଚାର ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କହିଛନ୍ତି ଡିଫେକ୍ ଗଣତନ୍ତ୍ର ପାଇଁ ନୂତନ ବିପଦ ଭାବେ ସାମ୍ନାକୁ ଆସିଛି। ତେଣୁ ସରକାର ନୂତନ ନିୟମ ଆଣିବାକୁ ବିଚାର କରୁଛନ୍ତି। ବୈଷ୍ଣବ କହିଛନ୍ତି, ସୋସିଆଲ ମିଡିଆ ମଞ୍ଚ ଏହା ଉପରେ ସହମତ ପ୍ରକାଶ କରିଛନ୍ତି ଯେ, ଡିପଫେକର ସନ୍ଧାନ କରିବା ଏବଂ ଏହାକୁ ରୋକିବା ପାଇଁ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ସରକାର ଏହା ଉପରେ ନୂଆ ନିୟମ ଆଣିବା ପାଇଁ ବିଚାର କରୁଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଚେହେରାକୁ ଡିପଫେକ୍ ଜରିଆେର ବ୍ୟବହାର କରାଯାଇ ଅଶ୍ଳୀଳ ଭିଡିଓ ଭାଇରାଲ୍ କରାଯାଇଥିଲା। ଏହାକୁ ନେଇ ସମଗ୍ର ଦେଶରେ ବିତର୍କର ବିଷୟ ପାଲଟିଥିଲା। ଏହା ପରେ କ୍ୟାଟ୍ରିନା କୈଫଙ୍କ ମଧ୍ୟ ଭିଡିଓ ସାମ୍ନାକୁ ଆସିଥିଲା। ଏହା ଦେଶବାସୀଙ୍କ ପାଇଁ ବଡ଼ ବିପଦ ଭାବେ ସାମ୍ନାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ