Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sharad Pawar: ଶରଦ ପାୱାରଙ୍କୁ ଫୋନ୍ କରି ସ୍ୱାସ୍ଥ୍ୟ ବିଷୟରେ ପଚାରିବୁଝିଲେ ମୋଦୀ, କହିଲେ, “ସୁପ୍ରିୟା ଏବଂ ଆମେ ଦେଶ ସମ୍ଭାଳି ନେବୁ” ଆପଣ ଆରାମ କରନ୍ତୁ

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏନସିପି (ଏସ୍‌ପି) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ଏବେ ପୂର୍ବାପେକ୍ଷା ଭଲ ଥିବା ଜଣାପଡ଼ିଛି। ତେବେ ମୋଦୀଙ୍କ ଏହି ଫୋନ୍ ପରେ ମହାରାଷ୍ଟ୍ର ରାଜନୀତିରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ହସ୍ପିଟାଲ ବାହାରେ ସାମ୍ବାଦିକଙ୍କ ସହ କଥା ହୋଇ ମନିଆର କହିଛନ୍ତି ଯେ, ମୋଦୀ ଶରଦ ପାୱାରଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଆରାମ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ମୋଦୀ ସୁପ୍ରିୟା ସୁଲେଙ୍କ କଥା ମଧ୍ୟ ଉଠାଇଥିଲେ।

ମନିଆରଙ୍କ କହିବା ଅନୁସାରେ, ମୋଦୀ ଶରଦ ପାୱାରଙ୍କୁ କହିଥିଲେ, “ସୁପ୍ରିୟା ଏବେ ପ୍ରସ୍ତୁତ ଅଛନ୍ତି। ସୁପ୍ରିୟା ଏବଂ ଆମେ ଦେଶ ସମ୍ଭାଳି ନେବୁ। ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଆରାମ କରନ୍ତୁ। ଆମ ଉପରେ ଆପଣଙ୍କ ଆଶୀର୍ବାଦ ରଖନ୍ତୁ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories