Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନକଉଡା ବ୍ଲକ ଯୋନ ୨ରେ” ବିକଶିତ ଭାରତ ସଂକଳ୍ପ ଯାତ୍ରା”ରଥକୁ ସ୍ୱାଗତ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଜୋନ ୨ ଅନ୍ତର୍ଗତ କର୍ଡୋଲା ପଞ୍ଚାୟତ  ରେ କେନ୍ଦ୍ର ସରକାର ଙ୍କ ବିକସିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୋବିନ୍ଦପାଲି ସ୍ଥିତ ଚାରପାଲି ଧାନମାର୍କେଟ ୟାର୍ଡ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ,ପ୍ରଥମେ ପରିକ୍ରମାରେ ଆସିଥିବା ରଥ କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ ସାହୁ, ଜି ପି ଓ ଦୁଷ୍ମନ୍ତ ଧରୁଆ, ଡବ୍ଲୁଇଓ ଅମୁଲ୍ୟ କୁମାର ଭୋଇ,  କର୍ଡୋଲା ସରପଞ୍ଚ ଗୋରେଖ ରାଉତ, ନାୟବ ସରପଞ୍ଚ ପାର୍ବତୀ ସାମଲ, କୃଷିବିଜ୍ଞlନ କେନ୍ଦ୍ର ଗୃହ ବିଜ୍ଞାନୀ ଡ଼ ମୋନାଲିଶା ପ୍ରଧାନ, ବ୍ଲକ କନିଷ୍ଠ ଯନ୍ତ୍ରୀ  ବିଜୟଲକ୍ଷ୍ମୀହେମ୍ବ୍ରମ,  ଆଇଟି ଇନଚାର୍ଜ  ମାନସ ମିଶ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଙ୍କ ଲୋକାଭିମୁଖୀ ଜନକଲ୍ୟାଣ ଯୋଜନା ଗୁଡିକ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ସହିତ ଯୋଜନା ଗୁଡ଼ିକରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଚି଼ହ୍ନଟ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ  ସାମାରିକ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଥିବା ସନ୍ତୋଷ କୁମାର ସିଂହ, ଏମଓ ବର୍ଗୀଶ ଙ୍କୁ ଉପଢକନ ଦେଇ ସମ୍ମାନିତ କରିଥିଲେ।ଏହା ବ୍ୟତୀତ ବିଭିନ୍ନ ପର୍ଯ୍ୟୟ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସମସ୍ତ ଅଙ୍ଗନୱାଡି କର୍ମୀ,  ଆଶା କର୍ମୀ, ଏସ ଏଚ ଜି ମହିଳା ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ମହିଳା, ପୁରୁଷ ଉପସ୍ଥିତ ଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ଔଷଧ ବଣ୍ଟନ ହୋଇଥିଲା।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କୁଦଗୁଣ୍ଡେରପୁର ପଞ୍ଚାୟତ,କଳାମାଟି ପଞ୍ଚାୟତ,ବସନ୍ତୁପୁର ପଞ୍ଚାୟତ ରେ ଏହି ସଂକଳ୍ପ ରଥକୁ ସ୍ୱାଗତ କରାଯାଇଛି।