ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଗ୍ରାମର ଯୁବ ସାମ୍ବାଦିକ ତଥା ଦୈନିକ ଖବରକାଗଜ ‘ଆରୋପ’ର ପ୍ରତିନିଧି ପ୍ରେମାନନ୍ଦ ନାଏକଙ୍କ ପିତା ମକୁନ୍ଦ ନାଏକଙ୍କ ବିୟୋଗ ଘଟିଛି । ତାଙ୍କୁ ୬୨ ବର୍ଷ ହୋଇଥିଲା । ଗତକାଲି ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ରାତି ୧୨ଟା’ ୪୦ ମିନିଟରେ ତାଙ୍କର ବିୟୋଗ ଘଟିଥିଲା । ଗ୍ରାମ ନିକଟସ୍ଥ ହରିହର ଯୋର ମଶାଣିରେ ତାଙ୍କର ଶବ ସତ୍କାର କରାଯାଇଥିଲା । ସାନପୁଅ ଘନଶ୍ୟାମ ନାଏକ ମୁଖାଗ୍ନି ଦେଇ ଥିଲେ I ବଡ଼ପୁଅ ପ୍ରେମାନନ୍ଦ ଙ୍କ ସହ ଗ୍ରାମବାସୀ ଓ ସମ୍ପର୍କିୟ ଉପସ୍ଥିତ ଥିଲେ । କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ସେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ତେବେ ଗତକାଲି ପୁଣି ସେ ଅସୁସ୍ଥ ହେବାରୁ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମାଁ ପାର୍ବତୀ ନାଏକ ମଧ୍ୟ ପାରାଲିସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ସାମ୍ବାଦିକ ଙ୍କ ପିତୃ ବିୟୋଗ
