Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବ୍ରାହ୍ମଣ ଏକତା ମଞ୍ଚ ର ଏକ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଟ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ରବିବାର ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି l ଆସନ୍ତା ନଭେମ୍ବର ୬ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୟୁ ଜି ସି ଆଇନ୍ ପ୍ରତ୍ୟାହାର ଦାବୀରେ ଉପଜିଲ୍ଲାପାଳ ବୀରମହାରାଜପୁରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ବୈଠକ ରେ ସ୍ଥିର ହୋଇଥିଲା l ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ସଭାପତି ଅକ୍ଷୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବ୍ଲକ୍ ଉପ ସଭାପତି କିଶୋର ହୋତା, କାର୍ଯକାରୀ ସଭାପତି ରାଧେଶ୍ୟାମ ପୁରୋହିତ, ସଂଯୋଜକ ଯୁଗଳ କିଶୋର ମିଶ୍ର, ଦାମୋଦର ହୋତା, କୋଷାଧ୍ୟକ୍ଷ ସୂର୍ଯ୍ୟ ନନ୍ଦ, ବିବସ୍ୱତି ପଣ୍ଡା,ସୁବଳୟା ଗ୍ରାମ ପଞ୍ଚାୟତ ସଭାପତି ନାରାୟଣ ପ୍ରାସାଦ ମିଶ୍ର, ପିତା ମହୁଲ ଗ୍ରାମ ପଞ୍ଚାୟତ ସଭାପତି ମଧୁସୂଦନ ପଣ୍ଡା, ଜଟେସିଂହା ଗ୍ରାମପଞ୍ଚାୟତ ସଭାପତି ତ୍ରିପୁରାରୀ ରଥ, ଖଣ୍ଡହଥା ଗ୍ରାମପଞ୍ଚାୟତ ସଭାପତି ବ୍ରଜ ଗୋପାଳ ମହାପାତ୍ର, ସୂର୍ଯ୍ୟ ପାଣିଗ୍ରାହୀ , ବିଜୟ ମହାପାତ୍ର, ବୀରମହାରାଜପୁର ନଗର ସମ୍ପାଦକ ନାରାୟଣ ରଥ, ନଗର ଉପସଭାପତି ବ୍ୟୋମକେଶ ପଣ୍ଡା, ନୀଳାମ୍ବର ପଣ୍ଡା, ଅଶୋକ କୁମାର କର, ଅନ୍ନଦା ପ୍ରସାଦ ମିଶ୍ର, ଗୌରାଙ୍ଗ ମହାପାତ୍ର, ଫକିର ମୋହନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବ୍ରାହ୍ମଣ ଯୋଗଦାନ କରିବାକୁ ନିଷ୍ପତି ନିଆଯାଇଥିଲା l ଏଥି ସହିତ ଆସନ୍ତା ନଭେମ୍ବର ୧୪ ତାରିଖ ରେ ସକାଳ ୧୦ଘଟିକାରେ ହେବାକୁ ଥିବା ଜିଲା ବ୍ରାହ୍ମଣ ଏକତା ମଞ୍ଚକାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଵାକୁ ସୁଚନା ପ୍ରଦାନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ