Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଣ୍ଟ ଜାଭିୟର୍ଶ ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ଗୋପାଳପୁର ୨୫/୧୧ ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିୟର୍ଶ ହାଇସ୍କୁଲରେ ଆଜି ବାର୍ଷିକ ଉତ୍ସବ ସ୍କୁଲର ପ୍ରତିଷ୍ଠାତା ଡ଼. ଗୌରୀ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସ ପି ଡ଼. ଶ୍ରବଣ ବିବେକ ଏମ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ସି ଇ ଓ ଆମେ ସବୁର ଡ଼. ହୃଷିକେଶ ପାଣିଗ୍ରାହୀ, ବ୍ରହ୍ମପୁର ମେଡିକାଲର ସୁପରିଟେଣ୍ଡଣ୍ଟ ଡ଼. ସୁଚିତ୍ରା ଦାଶ, ଅର୍ଜୁନ ଆବାଡ଼ି କେ. ରବି କୁମାର, ସ୍କୁଲର ନିର୍ଦ୍ଧେଶକ ଏସ. ଏସ ପଣ୍ଡା, ପରିଚାଳନା ନିର୍ଦ୍ଧେଶକ ଡ଼. ଜି. ଏସ ପଟନାୟକ, ନିର୍ଦ୍ଧେଶକ ସୁଧୀର ଶଙ୍କର ପଣ୍ଡା, ସହ ନିର୍ଦ୍ଧେଶକ ଇ. କୁନଲ କୌଶିକ ପଣ୍ଡା, ଅଧକ୍ଷା ଉଷା ରାଣୀ ପଟନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସହିତ କରି ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ l ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଅବସରରେ ସ୍କୁଲର ପୁସ୍ତିକା ଉନ୍ମୋଚନ ହୋଇଥିଲା l ସ୍କୁଲ ପକ୍ଷରୁ ଅତିଥି ମାନଙ୍କୁ ଉପଢ଼ୋକନ ସହ ମେମୋଣ୍ଟ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ଉପାଧ୍ୟକ୍ଷ ବିଶ୍ୱଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories