Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ‘ଡିଜିଟାଲ ଯୁଗରେ ପ୍ରମାଣିକ ସାମ୍ବାଦିକତାର ଗୁରୁତ୍ବ’ ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଘାଟନ

ଗୋପାଳପୁର ୨୫/୧୧ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ “ଡିଜିଟାଲ ଯୁଗରେ ପ୍ରମାଣିକ ସାମ୍ବାଦିକତାର ଗୁରୁତ୍ବ” ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ବଙ୍ଗଳାଦେଶ ଢାକା ସ୍ଥିତ ଡାଫୋଡିଲ ଅର୍ନ୍ତଜାତୀୟ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ବରିଷ୍ଠ ସାମ୍ବାଦିକ ଉଜ୍ବଲ କୁମାର ଚୌଧୁରୀ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଉଦଘାଟନି ଉତ୍ସବକୁ ସମ୍ବୋଧନ କରି ପ୍ରଫେସର ଚୌଧୁରୀ କହିଛନ୍ତି ଯେ, ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ଡିଜିଟାଲ ମିଡିଆ ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବେଳେ ଆର୍ଟିଫିସିାଲ ଇଣ୍ଟେଲଜେନସି ଏଥିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଡିଜିଟାଲ ମିଡିଆର ଏହି ନୂଆ ରୂପ ସାମ୍ବାଦିକତାକୁ ଅଧିକ ପ୍ରାମାଣିକ ଓ ଗତିଶୀଳ କରିବ। ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକ ଓ ସମ୍ବାଦ ପରିବେଷଣ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନେ ଆର୍ଟିଫିସିାଲ ଇଣ୍ଟେଲଜେନସି ଜ୍ଞାନ କୌଶଳକୁ ଭୟଭିତ ନକରି ଏହକୁ ଆପଣାଇ ନେଲେ ଖବର ପରିବେଷଣର ଗୁରୁତ୍ବ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି। ଏହାସହ ସତ୍ୟ ଭିତ୍ତିକ ଖବର ପରିବେଷଣରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ବିଭିନ୍ନ ବିଶ୍ବବିଦ୍ୟାଳୟ ତଥା କଲେଜରେ ସାମ୍ବାଦିକତା ଓ ଗଣଯୋଗଯୋଗ ବିଷୟରେ ଅଧ୍ୟାପନା କରୁଥିବା ରିସର୍ଚ୍ଚ ସ୍କଲାର ଓ ଅଧ୍ୟାପକଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ଗଣମାଧ୍ୟମରେ ବଦଳୁଥିବା ସ୍ବରୂପ ସହ ତାଳ ଦେଇ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ ଅଣାଯିବ ଆବଶ୍ୟକତା ରହିଛି। ଯାହାଫଳରେ ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ସଂସ୍ଥାର ଆବଶ୍ୟକତାକୁ ମେଣ୍ଟାଯାଇ ପାରିବ। ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀ ଏହି ପ୍ରସଙ୍ଗରେ ବିସୃତ ଆଲୋଚନା ପାଇଁ ଏକ ପ୍ରମୂଖ ମଞ୍ଜ। ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାରମାନେ ଏହାର ସୁଯୋଗ ନେଇ ନିଜର ଏହା ଉପରେ ବ୍ୟାପକ ଆଲୋଚନା କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଉତ୍ତରପ୍ରଦେଶ ଆଲିଗଡ ବଶ୍ବବିଦ୍ୟାଳୟର ପ୍ରଫେସର ପୀତବାସ ପ୍ରଧାନ ଯୋଗ ଦେଇ ପାରମ୍ପରିକ ସାମ୍ଦାଦିକତାର ଯଥାର୍ଥତା ହ୍ରାସ ପାଉଥିବା ବେଳେ ଡିଜିଟାଲ ଜ୍ଞାନକୌଶଳ ସଂଯୋଜିତ ସାମ୍ବାଦିକତା ଓ ଖବର ପରିବେଷଣର ସୂରୂପ ସଂପର୍କରେ ଆଲୋକପାତ କରିଥିଲେ। ଡିଜିଟାଲ ମିଡିଆର ବ୍ୟାପକ ବ୍ୟବହାର ସହ ଖବର ସଂଗ୍ରହ ଓ ପରିବେଷଣର ବିଭିନ୍ନ ଦିଗ ସଂପର୍କରେ ସେ ଆଲୋଚନା କରିଥିଲେ। ସଂମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗା ଦେଇ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଭାଗ ପକ୍ଷରୁ ଦୁଇଟି ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l l ବିଭାଗର ମୁଖ୍ୟ ତଥା ସମ୍ମିଳନୀର ସଂଯୋଜକ ପ୍ରଫେସର ଗଣେଶ ସେଠୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ସୌରବ ସିଟ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଡ଼. ବନ୍ଦିତା ପଣ୍ଡା, ଡ଼. ଚିନୁ ବୋହିଦାର,ଡ଼. ନିହା ପାଣ୍ଡେ, ପ୍ରଫେସର ଜୟନ୍ତ କୁମାର ପଣ୍ଡା,ସହ ପ୍ରାଧ୍ୟାପକ ଅଗ୍ନି କୁମାର ବେହେରା, ଡ଼. ମିହିର କୁମାର ତ୍ରିପାଠୀ, ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ l ଏଥିରେ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

More Stories