Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବହିଷ୍କୃତ ଛାତ୍ର ଦୁର୍ଗା ମାଧବ ଙ୍କ ପକ୍ଷରୁ ନ୍ୟାୟ ପ୍ରଦାନ ଦାବିରେ ଉଚ୍ଚନ୍ୟାୟାଳୟ ର ଦ୍ବାରସ୍ଥ।

ଗୋପାଳପୁର,୨୫/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ବହିଷ୍କୃତ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚି ଥିବା ବେଳେ ଆସନ୍ତା ୨୮ ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ ଓ ଟ୍ରାଭଲେ ଷ୍ଟଡିସ ବିଭାଗ ର ୨ ୟ ବର୍ଷ ର ଛାତ୍ର ଦୁର୍ଗାମାଧବ ପ୍ରଧାନ ଙ୍କୁ କେତେକ କାରଣକୁ ନେଇ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ୧୮ ତାରିଖରେ ଆସନ୍ତା ୨ ବର୍ଷ ନିମନ୍ତେ ବିଶ୍ଵବିଦ୍ୟାଳୟ ରୁ ବହିଷ୍କୃତ କରାଯାଇଥିଲା।ଏହି ଘଟଣାକୁ ନେଇ ଦୁର୍ଗା ଙ୍କ ପକ୍ଷରୁ ଗତ ୨୦ ତାରିଖ ରେ ଏକ ରିଟ ପିଟିସନ ଦାଖଲ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହାକୁ ଆଧାର କରି ୩୮୧୨୮/୨୩ ରେ ଏକ ମାମଲା ରୁଜୁ କରିବା ସହ ଆସନ୍ତା ୨୮ ତାରିଖରେ ଶୁଣାଣୀ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିବା ମୋକଦ୍ଦମା ପରିଚାଳନା କରୁଥିବା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ରଶ୍ମି ରଞ୍ଜନ ସିହ୍ନା ସୂଚନା ଦେଇଛନ୍ତି। । ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୯ ତାରିଖରେ କ୍ୟାମ୍ପସ ପରିସରରେ ରହୁଥିବା ଜୈନିକ ହଷ୍ଟେଲ ଛାତ୍ରଙ୍କ ଦେହ ଖରାପ ହେବାରୁ ଖବର ପାଇ ଦୁର୍ଗା ହଷ୍ଟେଲ ରେ ପହଞ୍ଚି ଉକ୍ତ ଅସୁସ୍ଥ ଛାତ୍ର କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଥିଲେ।ଏହି ଘଟଣା ଘଟିବା ପୂର୍ବରୁ ଅନ୍ୟ ଏକ ବାଳକ ହଷ୍ଟେଲ ର କିଛି ଛାତ୍ର ସେମାନଙ୍କ ହଷ୍ଟେଲ ରେ ଲାଗି ରହିଥିବା ବିଭିନ୍ନ ଅଭାବ ଅସୁବିଧା ର ସମାଧାନ କରିବାକୁ ହଷ୍ଟେଲ ପ୍ରବେଶ ର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।ଏହି ସବୁ ଘଟଣା ପରେ ଉତ୍ତ୍ୟକ୍ତ ଛାତ୍ର ମାନେ ରାତି ପ୍ରାୟ ୨ ଟା ବେଳେ କ୍ୟାମ୍ପସ ପରିସରରେ ଥିବା କୁଳପତିଙ୍କ ବାସଭବନ ସମ୍ମୁଖ କୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ସବୁ ଘଟଣାରେ ଦୁର୍ଗା ଜତିତ ରହିବା ସହ ଛାତ୍ର ମାନଙ୍କୁ ଏକଜୁଟ କରାଇ କାଣ୍ଡ ଭିଆଇ ଥିବାରୁ ଏହାକୁ ଗତ ସେପ୍ଟେମ୍ବର ୧୮ ତାରିଖରେ ବିଶ୍ବବିଦ୍ୟାଳୟ ଡିସିପ୍ଲିନ କମିଟି ବୈଠକ ବସିବା ସହ ଦୁର୍ଗା ଙ୍କୁ ଆସନ୍ତା ଦୁଇ ବର୍ଷ ନିମନ୍ତେ ବହିଷ୍କୃତ କରାଯାଇ ଥିବା ନେଇ ନୋଟିସ ଜାରି କରାଯାଇଥିଲା।ଏହି ଘଟଣା ପରେ ଦୁର୍ଗା ମାନସିକ ଭାବେ ଅବସାଦ ରେ ରହିବା ସହ ନ୍ୟାୟ ପ୍ରଦାନ ଦାବିରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଏଣୁ ଆସନ୍ତା ୨୮ ତାରିଖରେ ନ୍ୟାୟଳୟ ରେ ପ୍ରଥମ ଶୁଣାଣୀ ପରେ ରାୟ କଣ ପ୍ରକାଶ ପାଇବ ତା‌ହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories