ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର ରାସେଶ୍ୱରୀ ନାଟ୍ୟ ସାଂସଦ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଯୁବକ ସଂଘ ର ସଦସ୍ୟ ମାନଙ୍କ ଦ୍ଵାରା ଏକ ସାମାଜିକ ନାଟକ ସୁଖ କିଣା ଏଠି ଦୁଃଖ ମାଗଣା ପରିବେଷଣ ହୋଇଯାଇଛି । ଏହି ଅବସର ରେ ଅନୁଷ୍ଠିତ ସଭାରେ ବରିଷ୍ଠ ସଦସ୍ୟ ଧରଣୀଧର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ କମିରା ସରପଞ୍ଚ ଅନୁଶୟା ପଧାନ , ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ରଘୁନାଥ ଜଗଦଲା , ନାଟ୍ୟ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ପରିଡା , ସ୍ବେଚ୍ଛାସେବୀ ପ୍ରଫୁଲ୍ଲ ଦନ୍ତା , ରାମପ୍ରସାଦ କର୍ଣ୍ଣ , ଶ୍ରୀନିବାସ ପ୍ରଧାନ , କର୍ଣ୍ଣରାଜ ପ୍ରଧାନ , ବିଭୁ ପ୍ରସାଦ ସାହୁ , ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ , ଆତ୍ମା ଅଧ୍ୟକ୍ଷ ବିବସ୍ଵତି ପଣ୍ଡା , ସ୍ଥାନିୟ ୟୁ .ପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ଚାନ୍ଦ , ରବୀନ୍ଦ୍ର ପ୍ରଧାନ , ମହେନ୍ଦ୍ର ମହଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅଚ୍ୟୁତାନନ୍ଦ ସାହୁ ସଭା ସଂଯୋଜନା କରିଥିବା ବେଳେ ନାଟ୍ୟ ସାଂସଦ ର ସମ୍ପାଦକ କମ୍ଭୁଧର ଦେହୁରୀ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ନାଟକ ରେ ବିଭିନ୍ନ ଭୂମିକାରେ ପ୍ରଦୀପ ସାହୁ , ଗୋପନ ସାହୁ , ଅଚ୍ୟୁତାନନ୍ଦ ସାହୁ , ସୁମନ୍ତ , ପ୍ରଶାନ୍ତ , ରଞ୍ଜନ , ମୋହନ , ସଚ୍ଚିନ , ଅଶ୍ଵିନୀ , ବଳରାମ ପ୍ରମୁଖ ଅଭିନୟ କରିଥିଲେ ।
କମିରl ଗ୍ରାମ ରାସେଶ୍ୱରୀ ନାଟ୍ୟ ସଂସଦ ର ବାର୍ଷିକୀ ଉତ୍ସବରେ ମଞ୍ଚସ୍ଥ ନାଟକ ସୁଖ କିଣା ଏଠି ଦୁଃଖ ମାଗଣା
