ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସଦର ସ୍ଥିତ ସ୍ପୋର୍ଟସ ଏସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା ୨୬ତମ ରାଜ୍ୟସ୍ତରୀୟ ଉଲୁଣ୍ଡା କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବକୁ ବିଶିପଡ଼ା ସରପଞ୍ଚ ଦଇତାରୀ ବେହେରା , ଉଲୁଣ୍ଡା ସରପଞ୍ଚ ରଶ୍ମିତା ଭୋଇ , ସମିତି ସଭ୍ୟl ସନ୍ତୋଷିନି ଭୋଇ , ପଞ୍ଚମହଲା ସରପଞ୍ଚ ଅଶୋକ ପଣ୍ଡା ଅତିଥି ଭାବ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଉଦଘାଟନୀ ମ୍ୟାଚରେ ରାମଧୁନ କ୍ଳବ୍ ସୋନପୁର ଦଳ ସୁନାବେଡ଼ା ଦଳକୁ ୩-୨ ଗୋଲରେ ପରାସ୍ତ କରିଥିଲେ l ସେହିପରି ଦ୍ବିତୀୟ ମ୍ୟାଚରେ ଝାରସୁଗୁଡ଼ା ଦଳ କଟକ ଦଳକୁ ୫-୪ ଗୋଲରେ , କୁଚିଣ୍ଡା ଦଳ ଅନୁଗୁଳ ଦଳକୁ ୨-୦ ଗୋଲରେ ଏବଂ ଫୁଲବାଣୀ ଦଳ ରାଉରକେଲା ଦଳକୁ ୧-୦ ଗୋଲରେ ପରାସ୍ତ କରି ସେମି ଫାଇନଲରେ ପ୍ରବେଶ କରିଛି l ରବିବାର ପ୍ରଥମ ସେମି ଫାଇନାଲ ମ୍ୟାଚ ସୋନପୁର ଦଳ କୁଚିଣ୍ଡା ଦଳକୁ ଭେଟିବାକୁ ଥିବା ବେଳେ ଦ୍ଵିତୀୟ ସିମିରେ ଝାରସୁଗୁଡ଼ା ଦଳ ଫୁଲବାଣୀକୁ ଭେଟିବ ବୋଲି ଆୟୋଜକ ପକ୍ଷରୁ ପ୍ରକାଶ l ଖେଳକୁ ଦିଲ୍ଲୀପ କୁମାର ରାଉତ , ସଲିଲ ବେହେରା , ସୁଜିତ୍ ରାଜହଂସ , ପ୍ରଶାନ୍ତ ବେହେରା , ଜିତେନ୍ଦ୍ର ଥନାପତି ଓ ପ୍ରଶାନ୍ତ ସେଠୀ ପରିଚାଳନା କରିଥିଲେ l
26 ତମ ଉଲୁଣ୍ଡା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
