Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚିଖିଲାପାଲି ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଉଦଯାପିତ

ଝାରସୁଗୁଡା ୨୬/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଖିଲାପାଲି ଗ୍ରାମରେ ଚାରିଦିନ ଧରି ଚାଲିଥିବା ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଶନିବାର ଦିନ ଉଦଯାପିତ ହୋଇ ଯାଇଛି । କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ମଙ୍ଗଳବାର ସନ୍ଧ୍ୟାରେ କଳସ ଯାତ୍ରା,ନାମଯଜ୍ଞର ଶୁଭ ଅଧିବାସ ପୂଜା କରା ଯାଇଥିବା ବେଳେ ବୁଧବାର ସକାଳ ୯ ଟା ରୁ ନାମାରମ୍ଭ ହୋଇ ଗୁରୁବାର ଓ ଶୁକ୍ରବାର ଦିବାରାତ୍ର ହରି ନାମ ଜପନ ହୋଇଥିବା ବେଳେ ଶନିବାର ମହା ଆଳତୀ, ହୋମ, ଘୃତାହୁତି, ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ସହ ନାମ ସମାପନ ହୋଇଥିଲା । ଏହା ପରେ ନଗର ଭ୍ରମଣ,ଦଧିଭାଣ୍ଡ ଭଞ୍ଜନ, ମହାପ୍ରସାଦ ସେବନ,ମହନ୍ତ ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆୟୋଜିତ ହୋଇଥିବା ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞରେ ବିପିନ ନାଥ ଓ ପତ୍ନୀ ବନିତା ନାଥ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ନରେଶ ନାଥ ଏବଂ ପଣ୍ଡିତ ନରେନ୍ଦ୍ର ନାଥ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଲଲିନ୍ଦ୍ର ପଟେଲ,ନରେନ୍ଦ୍ର ନାଥ, ସୁଶୀଲ ପଟେଲ,ନିମାଇଁ ପଟେଲ,କର୍ପୂର ପଟେଲ ଏବଂ ଡୋଳାମଣି ପଟେଲ ଷଡ଼ବୈଷ୍ଣବ ଭାବେ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ ।
ଏହି ଅବସରରେ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବ୍ଲକ ଅନ୍ତର୍ଗତ ବୁଡ଼ା ଝରିଆ ଓ ବେଲେରିଆ ସଂକୀର୍ତ୍ତନ ମଣ୍ଡଳୀ,ବରଗଡ଼ ଜିଲ୍ଲାର ବାଗବାଡି ଏବଂ ଲଖନପୁର ବ୍ଲକ ର ଏମ କଟାପାଲି ସଂକୀର୍ତ୍ତନ ମଣ୍ଡଳୀ ନଗର ଭ୍ରମଣ କରିଥିଲେ । ଆଖପାଖ ଗାଁ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା । ଚିଖିଲାପାଲି ଗ୍ରାମର ଅମୂଲ୍ୟ ନାଥ, ଲକ୍ଷ୍ମଣ ପଟେଲ, ଦେବଦତ୍ତ ନାଥ, କଷ୍ଟ ବାଗେ,ଗୋବର୍ଦ୍ଧନ ନାଥ, ସୁନ୍ଦରଲାଲ ସେଟ, ଶ୍ୟାମ ଗଣ୍ଡ, ଗୋଲାପ ଗଣ୍ଡ, ତୋଷରାମ ପଟେଲ, ଲାଲ ସାହେବ ନାଥ,ନିଲାଞ୍ଚଲ ପଟେଲ, ଶମ୍ଭୁ ନାଥ, ଗଜାନନ ପଟେଲ, ମହେନ୍ଦ୍ର ନାଥ,ବସନ୍ତ ପଟେଲ,ରଘୁ ପଟେଲଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

More Stories