Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କତରବଗା ତ୍ରିଶିକ୍ଷାନୁଷ୍ଠାନରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ଝାରସୁଗୁଡା ୨୬/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ଗ୍ରାମ ପଞ୍ଚାୟତ ସ୍ଥିତ ତ୍ରିଶିକ୍ଷାନୁଷ୍ଠା ଶିକ୍ଷା କେନ୍ଦ୍ରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କତରବଗା କ୍ଷମାନିଧି ଭୋଇ ହାଇସ୍କୁଲ ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ସା ଏବଂ ସମ୍ମାନିତ ଅତିଥି ରୂପେ ସିଆରସିସି ନିଳାମ୍ବର ଅର୍ଗଳ, ଅବସରପ୍ରାପ୍ତ ଶିକ୍ଷକ ଲବ ପଧାନ, କୁବେର ଖମାରୀ,ଉମେଶ ଚନ୍ଦ୍ର ପଧାନ,ସଞ୍ଜୀବ ଖମାରୀ,ହାଡୁ ପଧାନ, କେଶବ ଚନ୍ଦ୍ର ସାହୁ, ଇନ୍ଦ୍ରମଣି ଖମାରୀ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ କେଏନବି ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋହର ପଧାନ ସଭାପତିତ୍ୱ କରିଥିଲେ ଏବଂ ସହକାରୀ ଶିକ୍ଷକ ଦିନେଶ ଖମାରୀ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ନେତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କତରବଗା କ୍ଷମାନିଧି ହାଇସ୍କୁଲ ଏବଂ ଗୋକୁଳ ପଧାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ୪୫ ଟି ପ୍ରକଳ୍ପ ତିଆରି କରି ପ୍ରଦର୍ଶନ କରିଥିଲେ । ଏଥିରେ ଜାମଗାଁ ଆଞ୍ଚଳିକ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇ ଓ ମଚିଦା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିପ୍ଳବ ପାତ୍ର ବିଚାରକ ଦାୟିତ୍ୱ ନିର୍ବାହ କରିଥିବା ବେଳେ କେଏନବି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ ପ୍ରସାଦ ଖରସେଲ ଓ କୃପାସିନ୍ଧୁ କୁସୁମ ତାଙ୍କୁ ସହଯୋଗ କରିଥିଲେ ।
ସେହିପରି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମାଜସେବୀ ସୁଜିତ କୁମାର ସିଂହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଅଧୁନା ଯୁଗରେ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିବା ବେଳେ କତରବଗା କ୍ଲଷ୍ଟର ସିଆରସିସି ନିଳାମ୍ବର ଅର୍ଗଳ ମଧ୍ୟ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଉପାଦେୟତା ତଥ୍ୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଧାରଣା ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ପ୍ରକାର ପ୍ରକଳ୍ପ ମାନଙ୍କ ମଧ୍ୟରେ ବରିଷ୍ଠ ବିଭାଗରେ ଦଶମ ଶ୍ରେଣୀର ଛାତ୍ର ଅଙ୍କିତ ପଧାନ , ଦ୍ଵିତୀୟ ସ୍ଥାନରେ ନବମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ପଧାନ ଏବଂ ଦଶମ ଶ୍ରେଣୀ ର ଛାତ୍ରୀ ସ୍ନେହା ପଧାନ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କନିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଲିପିକା ଗୁପ୍ତା ପ୍ରଥମ, ସପ୍ତମ ଶ୍ରେଣୀର ଛାତ୍ର ସୌମ୍ୟ ପଧାନ ଦ୍ଵିତୀୟ ଓ ବିଶ୍ୱଜିତ ଧୁରୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରୀତ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ମନୋହର ପଧାନ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ସୁମେଶ ରଣା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବନ୍ଦୋବସ ପଧାନ, ନବୀନ ତିହିରିଆ, ଜନାର୍ଦ୍ଦନ ପଣ୍ଡା,ସୋନାଳୀ ପଧାନ,ପ୍ରଭାସିନୀ ବିଶ୍ଵାଳ,ସାବିତ୍ରୀ ପଧାନ,ପଦ୍ମିନୀ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ