ଉଲୁଣ୍ଡା ରେ ରାଜ୍ୟ ସ୍ତରୀୟ ଫୁଟବଲ୍ କପ ଉଦଯାପିତ ; କୁଚିଣ୍ଡା ଚାମ୍ପିଆନ୍ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା 26 ତମ ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ମହାବୀର ସ୍ପୋଟିଂ କୁଚିଣ୍ଡା ଦଳ ଜେଡି କ୍ଳବ୍ ଫୁଲବାଣୀକୁ ତ୍ରାଇବ୍ରେକର ଜରିଆରେ 5-୪ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଛି l ଖେଳାଯାଇଥିବା ପ୍ରଥମ ସେମୀରେ କୁଚିଣ୍ଡା ଦଳ ସୋନପୁର ରାମଧୁନ କ୍ଳବକୁ 2-0 ଗୋଲରେ ଏବଂ ଦ୍ଵିତୀୟ ସେମିରେ ଫୁଲବାଣୀ ଦଳ ଝାରସୁଗୁଡ଼ା ଦଳକୁ 1-0 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ l ଖେଳକୁ ଦିଲ୍ଲୀପ କୁମାର ରାଉତ , ସଲିଳ ବେହେରା , ସୁଜିତ୍ ରାଜହଂସ , ପ୍ରଶାନ୍ତ ବେହେରା , ଜିତେନ୍ଦ୍ର ଥନାପତି ଓ ପ୍ରଶାନ୍ତ ସେଠୀ ପରିଚାଳନା କରିଥିଲେ l ଏହି ଅବସରରେ ଆୟୋଜକ ସଭାପତି ମଞ୍ଜିତ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବକୁ ଅତିଥି ଭାବରେ ବିଧାୟକ ପଦ୍ମନାଭ ବେହେରା , ସମାଜସେବୀ କୃତିବାସ ମିଶ୍ର , ଅଶୋକ ପଣ୍ଡା , ବିଜୟ ଲକ୍ଷ୍ମୀ ତରାଇ , ଗଙ୍ଗାଧର ମହାକୁରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଯୋଗଦେଇ ବିଜେତା କୁଚିଣ୍ଡା ଦଳକୁ ଟ୍ରଫି ସହ 50 ହଜାର ଏବଂ ଉପବିଯେତା ଯେଡି କ୍ଳବ୍ ଫୁଲବାଣୀକୁ ଟ୍ରଫି ସହ 30 ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ମ୍ୟାନ ଅଫ୍ ଦ ମ୍ୟାଚ୍ ଭାବରେ ବିନାଳୟ କିସାନ ଏବଂ ମ୍ୟାନ ଅଫ୍ ଦ ସିରିଜ୍ ଭାବରେ କବୀର୍ ମହାବୀରଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହିତ ସେମି ଫାଇନାଲରେ ପ୍ରବେଶ କରିଥିବା ରାମଧୁନ କ୍ଲବ୍ ସୋନପୁର ଏବଂ ଜୟ ଯବାନ କ୍ଳବ୍ ଝାରସୁଗୁଡ଼ା ଦଳକୁ 10ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା l ଶେଷରେ ପ୍ରମୋଦ ପଧାନ ଧନ୍ୟବାଦ୍ ଦେଇଥିଲେ l