ଭବାନୀପାଟଣା:୨୭/୧୧ କଳାହାଣ୍ଡି ଜିଲ୍ଲା କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ଭଗବତ ଚେତନା ପରିଷଦ ଆନୁକୂଲ୍ୟରେ ଗୀତା ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଛି l ପବିତ୍ର କାର୍ତ୍ତିକ ମାସ ଅବସରରେ ମାସ ବ୍ୟାପି ଗୀତା ଜ୍ଞାନ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଛି l ପ୍ରତ୍ୟହ ସକାଳେ ଗୀତା ପାଠ ଓ ଗୀତା ବ୍ୟାଖ୍ୟା l ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଛି l
ଓଡ଼ିଶାର ଘରେ ଘରେ ପରିଚିତ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ତାଙ୍କ ପ୍ରବଚନ ମାଧ୍ୟମରେ ମଣିଷ ଜୀବନର ମୂଳ ଲକ୍ଷ୍ୟ, ଶାନ୍ତି ପାଇବାର ସରଳ ଉପାୟ ଏବଂ ଗୃହସ୍ଥ ଜୀବନ ସମ୍ପର୍କରେ ଖୁବ ସରଳ ଭାବରେ ବୁଝାଇଥିଲେ l ସେଭଳି ଚିନ୍ମୟ ମିଶନ ବୋକାରରୁ ଆସିଥିବା ସ୍ୱାମୀନୀ ସଂଯୁକ୍ତା ନନ୍ଦ ସରସ୍ବତୀ ଏବଂ ଋଷିକେଶରୁ ଆସିଥିବା ସ୍ୱାମୀ ଆନନ୍ଦ ସ୍ୱରୂପାନନ୍ଦ ସରସ୍ବତୀ ଗୀତା ଉପରେ ବ୍ୟାଖ୍ୟା ଓ ପ୍ରବଚନ ଦେଇଥିଲେ l ଏହି ଅବସରରେ ଭଗବଦ ଚେତନା ପରିଷଦ ପକ୍ଷରୁ ବିଷ୍ଣୁ ସହସ୍ର ନାମ ଓ ଶ୍ରୀ ହରି ହାଟ ର ଆୟୋଜନ କରାଯାଇଥିଲା l ଆଧ୍ୟାତ୍ମିକ ପରିବେଷରେ ମାସ ବ୍ୟାପି ନିର୍ମାଲ୍ୟ କ୍ଷେତ୍ର ଘଣ୍ଟ ଘଣ୍ଟି ଖୋଳ ତାଳ, ହରିବୋଲରେ ମୁଖରିତ ହୋଇ ଉଠିଥିଲା l ତେଇଶି ବର୍ଷ ହେଲା ପ୍ରତି ବର୍ଷ କାର୍ତ୍ତିକ ମାସରେ ମାସ ବ୍ୟାପି ଗୀତା ଜ୍ଞାନ ଯଜ୍ଞର ଆୟୋଜନ କରାଯାଉଥିବା ଭଗବଦ ଚେତନା ପରିଷଦର ସଭାପତି ରାମ ପ୍ରସାଦ ପଣ୍ଡା ଏବଂ ସମ୍ପାଦକ ମହେନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି l
କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ମାସ ବ୍ୟାପି ଗୀତା ଜ୍ଞାନ ଯଜ୍ଞ l
