କେନଝରିଆ ପାଲି ଜ୍ୟୋତିଜବାହର ୟୁଥ କ୍ଲବ ର ବାର୍ଷିକ ଉତ୍ସବ ଉପଲକ୍ଷେ ‘ ସବୁ ଉପରବାଲା ର ଖେଳ , ନାଟକ ମଞ୍ଚସ୍ଥ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଜ୍ୟୋତି ଜବାହର ୟୁଥ କ୍ଳବ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରିବାରିକ ଉପରେ ଆଧାରିତ ସାମାଜିକ ନାଟକ’ ସବୁ ଉପର ବାଲାର ଖେଳ ‘ ମଞ୍ଚସ୍ଥ ହୋଇଥିଲା। ଏଥିରେ ସ୍ଥାନୀୟ ୟୁଥ୍ କ୍ଲବ୍ ସଦସ୍ୟ ମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ନାଟକ ପ୍ରାରମ୍ଭରେ କ୍ଲବର ସଭାପତି ବ୍ୟାସଦେବରଙ୍କ ସଭାପତିତ୍ବରେ ଏକ ସାଂସ୍କୃତିକ ସଭାର ଆୟୋଜନ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ନାଟ୍ୟକାର ନିର୍ଦ୍ଦେଶକ ଓ ଅଭିନେତା ନାରାୟଣ ଦେହୁରୀ ଓ ପୂର୍ବତନ ସଭାପତି ତଥା ପରିଚାଳକ ଜାତକ ପଧାନ ସାଂସ୍କୃତିକ ବାତ୍ତା ପ୍ରଦାନ କରିଥିଲେ l ବର୍ଷୀୟାନ କଳାକାର ଶିଶୁପାଳ ଭୁକ୍ତା ଓ ଘନଶ୍ୟାମ ବାରିକଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଯୁବସମାଜସେବୀ ଅମ୍ବରୀଶ ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ଇଞ୍ଜିନିୟର ଆଶୁତୋଷ ମହାନ୍ତିଙ୍କ ରଚିତ ଏବଂ ରମେଶ ଦେହୁରୀଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକରେ ମଧୁସୁଦନ ଖେତି , ସୂଯ୍ୟକାନ୍ତ ଦେହୁରୀ , ବ୍ୟାସଦେବ ରଥ , ଗଗନପାତ୍ର , ନିରଞ୍ଜନ ପାତ୍ର , ଶ୍ରବଣ କୁମାର ପଧାନ , ପବିତ୍ର ବାରିକ , ରାକେଶ ବାରିକ , ସୁଶାନ୍ତ ମେଲ୍ଲି , ଦେବଷି ବାଘ , ସୌରଭ ରଥ , ପଦ୍ମନ ଷାଣ୍ଢ ପ୍ରମୁଖ ଅଭିନୟ କରିଥିଲେ l ସେହିପରି ଶିଶୁ କଳାକର ଓମ୍ , ଆଶୀଷ , ପରମା ପ୍ରମୁଖ ଅଭିନୟ କରିଥିବାବେଳେ ନାରି ଭୂମିକାରେ ଲିଜା , ପୂଜା , ପନି , ଲକି ଓ ସଂଜୁ ଅଭିନୟ କରିଥିଲେ । ସ୍ବରୂପା ରଥ କଣ୍ଠ ଦାନ କରିଥିବା ବେଳେ ଶ୍ରୀକାନ୍ତ ଦେହୁରୀ , ମାନସ ରଥ ମଞ୍ଚ ପରିଚାଳନା କରିଥିଲେ । ସଂଗୀତ ପ୍ରତାପ ମ୍ୟୁଜିକ ଓ ନୃତ୍ୟରେ କ୍ରିଷ୍ଣା ଡ୍ୟାନ୍ସଗୃପ୍ ଅଂଶଗ୍ରହଣ କରିଥିଲେ l