Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଯ୍ୟରେ ଅନୁପସ୍ଥିତି ଯୋଗୁଁ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ଝାରସୁଗୁଡ଼ା ୨୮/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟର କାର୍ଯ୍ୟ ନିର୍ଘଣ୍ଟ ସମୟରେ ଅନୁପସ୍ଥିତି ଥିବା ଯୋଗୁଁ ପାଞ୍ଚ ଦିନର ଦରମା ବନ୍ଦ କରା ଯାଇଛି।
ସୂଚନାଯୋଗ୍ୟ ଯେ ଆଜି ଲଖନପୁର ବ୍ଲକ ଅନ୍ତର୍ଗତ ଚାଣ୍ଟିପାଲି ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଏହାକୁ ଗୁରୁତ୍ୱ ଦେବା ସହ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜଙ୍କୁ ବିଦ୍ୟାଳୟ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ ଏବଂ ଯାଞ୍ଚ ବେଳେ ସେ ଚଳିତ ମାସ ୨୪ ତାରିଖରୁ ନିଜ କାର୍ଯ୍ୟରେ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ । ତେଣୁ ପ୍ରଧାନ ଶିକ୍ଷକଙ୍କ ପାଞ୍ଚ ଦିନର ଦରମାକୁ ସେ ବନ୍ଦ କରିଛନ୍ତି ।