Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଡେଲୀ ପାଲି ରେ ମା ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ର ମେଣ୍ଡିଲିପାଲି ଗ୍ରାମରେ ମା ‘ ମାହେଶ୍ୱରୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ମଙ୍ଗଳବାର ଦିନ ୧୫ ତମ ମା ‘ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଆୟୋଜକ ସଭାପତି ଗୋବିନ୍ଦ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ହିଲୁଙ୍ଗ ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ , ପିଇଓ ସୁଜିତ ବେହେରା , ବହଳପଦର ସେବା ସମବାୟ ସମିତି ର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା , ଟୁର୍ଣ୍ଣାମେଣ୍ଟ ର ଉପଦେଷ୍ଟା ବବୁନ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ୍ ଟି ତେଲିପାଲି ଓ ବହଳପଦର ମଧ୍ୟରେ ହୋଇଥିଲା। ବହଳପଦର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୮୬ ରନ କରିଥିଲା । ଜବାବରେ ତେଲିପାଲି ଦଳ ଆବଶ୍ୟକୀୟ ୮୭ ରନ କୁ ୬ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଦିତ୍ୱୀୟ ମ୍ୟାଚ୍ ଟି ଘିଚାପାଲି ଓ ଷଣ୍ଢା ମଧ୍ୟରେ ହୋଇଥିଲା । ଷଣ୍ଢା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୮୨ ରନ କରିଥିଲା । ଜବାବରେ ଘିଚାପାଲି ଦଳ ନିର୍ଦ୍ଧାରିତ ୮ ଓଭର ରେ ସମସ୍ତ ଉଇକେଟ ହରାଇ ୭୬ ରନ କରି ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ତେଲିପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଷଣ୍ଢା ମଧ୍ୟରେ ହୋଇଥିଲା । ଏଥିରେ ଷଣ୍ଢା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ରେ ୪ ଉଇକେଟ୍ ହରାଇ ୭୨ ରନ କରିଥିଲା । ଜବାବରେ ତେଲିପାଲି ଦଳ ୩.୫ ଓଭର ରେ ଗୋଟିଏ ୱିକେଟ ହରାଇ ୭୩ ରନ କରି ବିଜୟୀ ହୋଇଥିଲା । ଫଳରେ ତେଲିପାଲି ଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି । ମ୍ୟାଚ୍ ଗୁଡିକରେ ସତ୍ୟ ନନ୍ଦ , କୁନା କର୍ଣ୍ଣ ଓ ଉମେଶ ବିଶ୍ଵାଳ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ସଞ୍ଜୀବ ନାଏକ ସ୍କୋରିଂ ଏବଂ ମାନସ ନନ୍ଦ ଧରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ