କମିରା ରେ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ସ୍ଥିତ ବାପୁଜୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଭାଗ ତରଫରୁ ସୁବଳୟା ପି.ଏଚ.ସି ଭାରପ୍ରାପ୍ତ ମେଡିକାଲ ଅଫିସର ବିଶ୍ଵନାଥ ରଥ ଯୋଗ ଦେଇ ତମାଖୁ ବ୍ୟବହାର ଦ୍ଵାରା ମଣିଷ ଶରୀରରେ ହେଉଥିବା କୁ ପ୍ରଭାବ ବିଷୟ ରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ରେ ଉପଖଣ୍ଡ ଡ଼ାକ୍ତରଖାନାର ଜନ ସ୍ଵାସ୍ଥ୍ୟ ଅଧିକାରୀ ସ୍ଵର୍ଣ୍ଣପ୍ରଭା ଜୁଏଡ ଯୋଗ ଦେଇ ତମାଖୁ ବ୍ୟବହାର ର ଅପକରିତା ବିଷୟାରେ ମତ ଦେଇଥିଲେ l ବିଦ୍ୟାଳୟ ରେ ତମାଖୁ ନିୟନ୍ତ୍ରଣ ନେଇ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏ ନେଇ ଆୟୋଜିତ ପୁରସ୍କାର ବିତରଣ ଉସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ର , ହିନ୍ଦି ଶିକ୍ଷକ ସଦାନନ୍ଦ ପଧାନ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ କୁ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ପରିଚାଲନା କରିଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ତମାଖୁ ନିୟନ୍ତ୍ରନ ପାଇଁ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା l କାର୍ଯ୍ୟକ୍ରମରେ କମିରା ଆଶା କର୍ମୀ ବନିତା ପଧାନ , କୁନ୍ତୀ ପଧାନ , ସୌଦାମିନୀ ପଧାନ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l