ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ 2 ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ l ସେମାନେ ହେଲେ ଅମର ପାଲି ଗ୍ରାମ ସତ୍ୟ ଅକ୍ରିଆ ( 20) ଏବଂ ଶଙ୍କର ଦେହୁରୀ( 35) ବୋଲି ଜଣାପଡିଛି I ସୂଚନା ଯେ ଉଭୟେ ଗୋଟିଏ ବାଇକରେ ଗୌଡ଼ଗାଡ଼ ଛକ ରୁ ନିଜ ଘର କୁ ଫେରୁଥିଲେ I ଅମର ପାଲି ଡିମିଲ ନିକଟରେ ଭାରସାମ୍ଯ ହରାଇ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l ରକ୍ତ ଜୁଡୁବୁଡ଼୍ ଅବସ୍ଥାରେ ଉଭୟେ ତଳେ ପଡି ରହିଥିବାବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ I ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା କୁ ଏବଂ ପରେ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା I
ସଡକ ଦୁର୍ଘଟଣାରେ ଗୁରୁତର 2 ଆହତ ଙ୍କୁ ବୁର୍ଲା ସ୍ଥାନାନ୍ତର
