Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି: ଅଧ୍ୟକ୍ଷ ଙ୍କ ପକ୍ଷରୁ ସ୍ବତନ୍ତ୍ର ବୈଠକ।କାର୍ଯ୍ୟନିର୍ବାହୀ ଅଧିକାରୀ ସଠିକ ଭାବେ କାର୍ଯ୍ୟ ନିର୍ବାହ କରୁନଥିବା ଅଭିଯୋଗ।

ଗୋପାଳପୁର,୨୯/୧୧ ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ପକ୍ଷରୁ ଆଜି ଏନ ଏ ସି କାର୍ଯାଳୟ ପରିସରରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉପସ୍ଥିତ ରହିଥିବା କାଉନସିଲର ମାନେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ନିଜ‌ କାର୍ଯ୍ୟ ସୁଚାରୁରୂପେ ପାଳନ କରୁନଥିବା ସହ କାଉନସିଲ ବୈଠକ ରେ ନିଆଁ ଯାଉଥିବା ନିର୍ଧାରଣ ଗୁଡ଼ିକୁ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିବାରେ ବିଫଳ ରହୁଥିବା ଯୋଗୁଁ ଏନ ଏ ସି ର ବହୁ ଉନ୍ନତିମୂଳକ କାମ ଠିକ ସମୟରେ ସରି ପାରୁ ନଥିବା ଅଭିଯୋଗ ହୋଇଥିଲା।ଏହା ସହ ବୈଠକରେ ନିର୍ଧାରଣ ପ୍ରକାରେ ଗୋପାଳପୁର ରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗତ କିଛି ବର୍ଷ ଧରି ସ୍ଥାୟୀ ଡାକ୍ତର ରହୁନଥିବାରୁ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ସିଡିଏମଓ ଙ୍କୁ ଏନ ଏ ସି ପକ୍ଷରୁ ଏକ ଚିଠି କରି ଅବଗତ କରାଇବା ପାଇଁ ବହୁବାର କୁମାର ଯାଉଥିବା ବେଳେ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଏହାକୁ କାର୍ଯକାରୀ କରିବା ରେ ଅବହେଳା କରିବା ସହ ବିନା ଟେଣ୍ଡର ପ୍ରକ୍ରିୟାରେ ଅନେକ କାମ କୁ ନିଜ ଲୋକଙ୍କୁ ବେଆଇନ ଭାବେ ଦେବା ସହ ପରେ କାଉନସିଲ ବୈଠକରେ ଉପସ୍ଥାପିତ କରାଇ ସିକୃତି କରାଇ ଦେଉଥିବା କାଉନସିଲର ଜି ଅଭିଯୋଗ କରିଥିଲେ। ବିଶେଷ କରି ଗତ ଅକ୍ଟୋବର ମାସରେ ଅନୁଷ୍ଠିତ ବୈଠକ ରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମକୁ ଏଲ ଇ ଡି ମାଧ୍ୟମରେ ଅବଗତ କରାଇବା ପାଇଁ ଟେଣ୍ଡର ଆହ୍ବାନ କରିବାକୁ ନିର୍ଧାରଣ କରା ଯାଇଥିବା ବେଳେ ଆଜି ଯାଏଁ ଏହାର ଟେଣ୍ଡର ନକରାଯାଇ ନିଜ‌ଲୋକ ଙ୍କୁ ବେଆଇନ ଭାବେ ଏଲ ଇ ଡି ସ୍ଥାପନ ନିମନ୍ତେ କହିବା ସହ ବସଷ୍ଟାଣ୍ଡ ଓ ବେଳାଭୂମି ରେ ଦୁଇଟି ଏଲ ଇ ଡି ସ୍ଥାପନ କରାଯାଇଛି। ଯାହା ବେଆଇନ ଅଟେ ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି।ଏହା ସହ ଅଧିକାଂଶ ସମୟରେ ନିର୍ବାହୀ ଅଧିକାରୀ ଅଧ୍ୟକ୍ଷ ଙ୍କୁ ନଜଣାଆ ଛୁଟିରେ ଚାଲିଯିବା ଯୋଗୁଁ କାର୍ଯାଳୟ କାମରେ ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଅଧ୍ୟକ୍ଷ ଏ ଜାନକୀ ରାମ କହିବା ସହ ଏବେ ଗତ ମଙ୍ଗଳବାର ଠାରୁ ବିନା ଅନୁମତିରେ ଛୁଟିରେ ରହିଥିବା ପ୍ରକାଶ କରିଥିଲେ।ଏହା ସହ ମୁଁ ଗୋପାଳପୁର ରେ ଉପସ୍ଥିତ ରହିଥିବା ବେଳେ ବେଆଇନ ଭାବେ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ଉପାଧକ୍ଷା ଙ୍କୁ ଏନ ଏ ଏସି ର ବିଭିନ୍ନ ଫାଇଲ ରେ ଦସ୍ତଖତ କରିବାକୁ ଏକ ଚିଠି କରିଛନ୍ତି,ଯାହା ସମ୍ପୂର୍ଣ୍ଣ ମୁନସିପାଲଟି ଆଇନର ବିରୋଧ ଅଟେ ବୋଲି ଜାନକୀ ରାମ ପ୍ରକାଶ କରିଛନ୍ତି।ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କୁ ତୁରନ୍ତ ଏଠାରୁ ହଟାଇବା ସହ ନୂତନ ନିର୍ବାହୀ ଅଧିକାରୀ ଙ୍କୁ ଅବସ୍ଥାପିତ କରାଯିବା କୁ ଜିଲ୍ଲାପାଳ ସମେତ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି।ଘଟଣା ନେଇ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ସେ ସରକାରୀ ତାଲିମ ନେବା ନିମନ୍ତେ ବାହାରେ ରହିଥିବା ପ୍ରକାଶ କରିବା ସହ ଏନ ଏ ସି ଯାହା ଭି କାମ କରା ଯାଉଛି ତାହା ସରକାରଙ୍କ ନୀତି ନିର୍ଦ୍ଧାରଣ ଅନୁସାରେ କରାଯାଉଛି, ଏଣୁ କାଉନସିଲ ବଡ଼ି ଯଦି ନିର୍ଧାରଣ କରି ତାଙ୍କୁ ଏଠାରୁ ବଦଳି କରି ପାରିବେ ତାହା ହେଲେ ଭଲ କଥା ବୋଲି ମତପୋଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories