Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତପୂର୍ବ ସଂସ୍କୃତ ଶିକ୍ଷକ ସ୍ୱ.ଧ୍ରୁବ ଚରଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡା ୩୦/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ ହାଇସ୍କୁଲର ଭୁତପୂର୍ବ ସଂସ୍କୃତ ଶିକ୍ଷକ ସ୍ବର୍ଗତ ଧ୍ରୁବ ଚରଣ ମିଶ୍ର ଚଳିତ ମାସ ୨୧ ତାରିଖ ପବିତ୍ର ଅଁଳା ନବମୀ ଦିନ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ଉଦ୍ଦେଶ୍ୟରେ ପଲସଦା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ, ଜଗଦୀଶ ପ୍ରସାଦ ମିଶ୍ର, କ୍ଷୀତିଶ୍ବର ପୂଜାରୀ, ନିତ୍ୟାନନ୍ଦ ଖମାରୀ, କ୍ଷମାସାଗର ଭୋଇ, ମୁରଲୀଧର ଭୋଇ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ଏବଂ ବିଗତ ଦିନର କାର୍ଯ୍ୟ କଳାପ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ ।
ସୂଚନା ଥାଉକି ସେ ସମୟରେ ଭିକମପାଲି ହାଇସ୍କୁଲରେ ଅଧ୍ୟୟନ କରୁଥିବା ଲଖନପୁର ବ୍ଲକର ସୀମାନ୍ତ ୧୯ ଖଣ୍ଡ ମୌଜା ଠାରୁ ଆରମ୍ଭ କରି ବାଘମୁଣ୍ଡା ପର୍ଯ୍ୟନ୍ତ ଏକ ସୁଦୀର୍ଘ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବର୍ଗତ ଶ୍ରୀ ମିଶ୍ର ଥିଲେ ଜ୍ଞାନର ବତୀଘର ସଦୃଶ । ସେ ଜଣେ ସରଳ ସ୍ଵଭାଵର ମେଳାପୀ ବ୍ୟକ୍ତିତ୍ୱର ଅଧିକାରୀ ଥିବା ସହ ଛାତ୍ରଛାତ୍ରୀ ବତ୍ସଲ ତଥା ସେ ଜଣେ ସଂସ୍କୃତ ବିଶାରଦ ଭାବେ ମଧ୍ୟ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଯୋଗୁଁ ଶିକ୍ଷା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ତାଙ୍କର ପ୍ରକୃତ ଜନ୍ମଭୁମି ହେଉଛି ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ । ସେ ଦୀର୍ଘ ବର୍ଷ ଧରି ଭିକମପାଲି ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ