ଲକ୍ଷ୍ମୀପୁର ୩୦/୧୧….ନାମ ରାଇସିଂହ ଦୀପ, ଗାଁ ଡାଙ୍ଗବହାଲ, ଜିଲ୍ଲା ବଲାଙ୍ଗୀର, ବୟସ ପାଖା ପାଖି ୭୦, ପରିଣତ ବୟସ ରେ ଲକ୍ଷ୍ମୀପୂର ସହର ରେ ଭିକ୍ଷା ବୃତ୍ତି କରି ରହୁଛନ୍ତି ଜଙ୍ଗଲ ରେ ଏକ ତର୍ପଲିନ ଜରି ରେ ତିଆରି କୁଡ଼ିଆ ଘରେ।ଏପରି ବୃଦ୍ଧ ବ୍ୟକ୍ତି ଙ୍କ ଖବର ଜାଣିବା ପରେ ଆମ ପ୍ରତିନିଧି ପହଂଚିଥିଲେ ରାଇସିଂହ ଙ୍କ ପାଖରେ….
ଲକ୍ଷ୍ମୀପୁର ଠାରୁ ନାରାୟଣପାଟଣା ରାସ୍ତାରେ ମାତ୍ର ୩ କିଲୋମିଟର ଦୂର ରାସ୍ତା କଡ ଜଙ୍ଗଲ ଭିତରେ ଏହି ଅସହାୟ ବୃଦ୍ଧ ଏକ ଫଟା ତୁଟା ପଲିଥିନ୍ କୁଡ଼ିଆ ଭିତରେ ରହୁଥିବା ଦେଖିବାକୁ ମିଳିଛି। ବୃଦ୍ଧ ଜଣକ ବଲାଙ୍ଗିର ଜିଲ୍ଲାରୁ ଆସି ଏଠି ଭିକ ମାଗି ଚଳୁଥିବା ବେଳେ ରହିବାକୁ କୌଣସି ସୁବିଧା ନପାଇ ଶେଷରେ ଜଙ୍ଗଲକୁ ତାଙ୍କର ଆଶ୍ରା ବନାଇଛନ୍ତି। ତାଙ୍କ ଭାଷା ସେପରି ପ୍ରାଞ୍ଜଳ ଭାବେ ବୁଝି ହଉନଥିବା ବେଳେ ସେ କିନ୍ତୁ କହିଛନ୍ତି ପିଲା ଛୁଆ ପତ୍ନୀ ସମସ୍ତେ ଥିଲେ କିନ୍ତୁ କେହି ପଚାରିଲେ ନାହିଁ, ତେଣୁ ଗାଁ ଛାଡି ଆସି ଭିକ୍ଷା ବୃତ୍ତି କରୁଛି ବୋଲି। ଏପରି ପରିଣତ ବୟସ ରେ ଚିରା ଫଟା କମ୍ବଳ ଖଣ୍ଡିଏ ଘୋଡାଇ ହୋଇ ରାତି କାଟୁଥିବା ବେଳେ ଜହ୍ନ ଆଲୁଅ ହିଁ ରାତିରେ ତାଙ୍କୁ ସବୁ ଭରସା ।କୁଡିଆ କଡ଼ରେ କୁଳୁକୁଳୁ ନାଦରେ ବହି ଯାଇଥିବା ଛୋଟିଆ ଝରଣା ର ପାଣି ଓ ବାଟରେ ଯାଉଥିବା ଯାତ୍ରୀ ଯାହା ଦିଅନ୍ତି ସେଥିରେ ମଧ୍ୟ ରୋଷଇ କରି ଖାଇକି ଜୀବନ ଅତିବାହିତ କରୁଛନ୍ତି ।ରାତି ସାରା ସେମିତି ଛଟପଟ ହୋଇ କୁଡ଼ିଆରେ ରାତି କଟାଇ ସକାଳ ହେଲେ ପୁଣି କୁଡ଼ିଆ ସମ୍ମଖରେ ବସି ରହିଥାନ୍ତି ନଚେତ ଭିକ୍ଷା ବୃତ୍ତି ସକାଶେ ବେଳେ ବେଳେ ଲକ୍ଷ୍ମୀପୁର କୁ ଚାଲି ଆସନ୍ତି ।ଯାହା ମିଳୁଛି ସେତିକି ଏକ ଛୋଟିଆ ହାଣ୍ଡିରେ ରୋଷେଇ କରି ଖାଇ ଜୀବନ ସହ ସଂଘର୍ଷ କରି ଚାଲିଛନ୍ତି।ଜଙ୍ଗଲ ଜନ୍ତୁଙ୍କ ଭୟ ଲାଗୁଛିକି ନାହିଁ ବୋଲି ପଚାରିବାରୁ,ଭୟ ତ ରହୁଛି କିନ୍ତୁ ସହର ରେ ଗଲେ ତଡି ଦେଉଛନ୍ତି ତେଣୁ ରାତିରେ ଭଗବାନ ଙ୍କ ଭରସାରେ ଜଙ୍ଗଲ ରେ ରହି ଯାଉଥିବା ସେ କହିଛନ୍ତି, ଏପରିକି ଦିନେ ଦିନେ ରାତିରେ ଜଙ୍ଗଲ ଜନ୍ତୁ ବି ସେ ଦେଖୁଥିବା କହିଛନ୍ତି।ରାଜ୍ୟ ସରକାରଙ୍କ ଏତେ ଯୋଜନା ପ୍ରଚଳିତ ହୋଇବି ଜଣେ ବୃଦ୍ଧ ଜଙ୍ଗଲରେ ଜାଇ ରହିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଙ୍କ ଆଶ୍ରୟ ସ୍ଥଳ ବ୍ୟବସ୍ଥା ମଧ୍ୟ ରହିଛି, ହେଲେ ପ୍ରଶାସନ ପାଖରେ ଖବର ନାହିଁ।ବର୍ତ୍ତମାନ ର ଏଭଳି ହାଡ଼ ଭଙ୍ଗା ଶୀତ ରେ ଝରଣା କୁଳ ରେ ରହିବା ଅନେକ କଷ୍ଟ ହୋଇଥିବା ବେଳେ ଶୀତ ରୁ କିଛି ମାତ୍ରା ରେ ବଂଚିବା ସକାଶେ ପ୍ରମୋଦ ଜେନା କମ୍ବଲ ସହ କିଛି ଖାଇବା ସାମଗ୍ରୀ ମଧ୍ୟ ଦେଇଛନ୍ତି। ପ୍ରଶାସନ ଏପରି ଅସହାୟ ବୃଦ୍ଧ ଙ୍କୁ କେବେ ସହାୟ ହଉଛି ତାହା ଦେଖିବାକୁ ବାକି ରହିଲା।