ଲକ୍ଷ୍ମୀପୁର ରେ ଧୁମଧାମ ରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ଲକ୍ଷ୍ମୀପୁର ୦୮/୧୦/୨୫ … ଲକ୍ଷ୍ମୀପୁର ବ୍ଲକ ରେ ଗଜଲକ୍ଷ୍ମୀ ପୂଜା ଧୂମଧାମ୍ ରେ ପାଳନ କରାଯାଉଛି।ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ଚଳଚଞ୍ଚଳ ହୋଇ ରହିଛି ଲକ୍ଷ୍ମୀପୁର ।ଲାୟନ୍ସ କ୍ଲବ ର ଯୁବ ନେତୃତ୍ବରେ ଅନୁଷ୍ଟିତ ହୋଇଥିବା ପୁଜା ରେ ସ୍ଥାନୀୟ ଘୋଡାବନ୍ଧ ନାଳ ରୁ କଳସ ରେ ପାଣି ଅଣାଯାଇ ମଣ୍ଡପ ରେ ରଖାଯିବା ପରେ ଲକ୍ଷ୍ମୀ ଙ୍କୁ ଆହ୍ବାନ କରାଯାଇଛି ।ସୁନ୍ଦର ଆଲୋକ ମାଳା ଓ ତୋରଣ ରେ ମଣ୍ଡପ କୁ ସୁସଜ୍ଜିତ କରାଯାଇଥିବା ବେଳେ ବସ ଷ୍ଟାଣ୍ଡ ରେ ଆଲୋକ ମାଳା ରେ ସଜ୍ଜିତ କରାଯାଇଛି।ଲକ୍ଷ୍ମୀପୂଜା କମିଟି ତରଫରୁ ପ୍ରତ୍ୟକ ଦିନ ସନ୍ଧ୍ୟାରେ ଶତାଧିକ ଭକ୍ତ ଓ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ର ବ୍ୟବସ୍ଥା କରାଯାଉଛି ।ପ୍ରତ୍ୟକ ଦିନ ସକାଳୁ ଓ ସଂଧ୍ୟା ସମୟରେ ମଣ୍ଡପ ରେ ପୂଜା ପାଉଥିବା ଗଜଲକ୍ଷ୍ମୀ ଙ୍କ ର ସମ୍ମୁଖରେ ହୋମଜଜ୍ଞ ର ଆୟୋଜନ କରାଯାଉଥିବା ବେଳେ ଜଣେ ଜଣେ କର୍ତା ପ୍ରତ୍ୟେକ ଦିନ ହୋମ ରେ ବସି ପୂଜା ଆହ୍ୱାନ କରୁଛନ୍ତି।ଦୀର୍ଘ ୧୭ ବର୍ଷ ହେଲା ଏହି ପୂଜା ଆୟୋଜନ ହୋଉଥିବା ବେଳେ କମିଟି ର ସଦସ୍ୟ ମାନେ ପ୍ରଥମେ ପାଣ୍ଠି ପ୍ରଦାନ କରି ପୂଜା ଆୟୋଜନ କରୁଛନ୍ତି।ଭକ୍ତ ମାନଙ୍କ ସକାଶେ ସନ୍ଧ୍ୟା ସମୟରେ ଭଜନସନ୍ଧ୍ୟା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ କରାଯାଉଥିବା ବେଳେ ସମ୍ବଲପୁର ର ଧୁମ ମେଲୋଡି ବୁଧବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବେଶ ବାନ୍ଧିକି ରଖି ପାରିଥିଲା। କମିଟି ର ସଭାପତି ଦୀପକ ଶତପଥି, ସମ୍ପାଦକ ଲକ୍ଷ୍ମୀ କାନ୍ତ ବାରିକ କୋଷାଧ୍ୟକ ଚନ୍ଦନ କୁମାର ସାହୁଙ୍କ ସହ ଅନେକ ଯୁବକ ପୂଜା କୁ ସହଯୋଗ କରୁଛନ୍ତି।