Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରମକାର୍ଡ କରିବାକୁ ନେଇ ଟଙ୍କା ଆଦାୟ କରାଯାଇଥିବା ନେଇ ଥାନାରେ ଅଭିଯୋଗ

ଗୋପାଳପୁର ୩୦/୧୧ ସ୍ଥାନୀୟ ଅଂଚଳ ବହୁ ହିତାଧିକାରୀ ଶ୍ରମକାର୍ଡ କରାଇବାକୁ ନେଇ ଟଙ୍କା ଆଦାୟ କରାଯାଇଥିବା ନେଇ ଆଜି ଅପରାହ୍ନରେ ଗୋପାଳପୁର ଥାନାରେ ହିତାଧିକାରୀ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି l ଅଭିଯୋଗ ଅନୁଯାୟୀ ଗତ ୨୦୧୭ ମସିହାରେ ଶ୍ରମକାର୍ଡ କରାଇବା ନିମନ୍ତେ ପୂର୍ବରୁ ୱାର୍ଡ଼ ନମ୍ବର ୭ର ତଥା ବର୍ତ୍ତମାନର ୱାର୍ଡ଼ ନମ୍ବର ୧୦ର କାଉନସିଲର ଜି.ମୋହନ ଙ୍କ ପକ୍ଷରୁ ଶ୍ରମକାର୍ଡ ନିମନ୍ତେ କାର୍ଡ ପିଛା ୧୭୦ ଟଙ୍କା ହିସାବରେ ପ୍ରାୟ ୫୫୦ଙ୍କ ଠାରୁ ଟଂକା ନେଇଥିଲେ l କିନ୍ତୁ ବର୍ତମାନ ସୁଦ୍ଧା ହିତାଧିକାରୀ ମାନେ ଶ୍ରମକାର୍ଡ ପାଇ ପାରିନଥିଲେ । ପୂର୍ବରୁ ଘଟଣା ନେଇ ଉଚ୍ଚ କର୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ l ଏ ନେଇ ଗତ ସେପ୍ଟେମ୍ବର ୮ ତାରିଖରେ ଆର ଡ଼ି ସି ଙ୍କ ଚିଠି ପ୍ରକାରେ କନିସି ତସିଲଦାର ପ୍ରଳୟା ନନ୍ଦ ସତପଥୀ ଏନ ଏ ସି କାର୍ଯାଳୟ ପରିସରରେ ୬୦ ଜଣ ହିତାଧିକାରୀଙ୍କ ବୟାନ ରେକର୍ଡ କରିଥିଲେ lକିନ୍ତୁ ଆଜି ଯାଏଁ ଉକ୍ତ ଘଟଣା ନେଇ ସରକାରୀ ସ୍ତରରେ କୌଣସି ସମାଧାନ ହୋଇ ପାରିବ ନଥିବାରୁ ବହୁ ପୁରୁଷ, ମହିଳା ହିତାଧିକାରୀ କାଉନସିଲର ମୋହନ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି l ଏ ନେଇ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଲୋକେ ଅଭିଯୋଗ ପତ୍ର ଦେଇଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି lଅନ୍ୟ ପଟେ କାଉନସିଲର ମୋହନଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯଏହଗତ ୨୦୧୭ ମସିହାରେ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କ ଠାରୁ ଆବେଦନ ପତ୍ର ସଂଗ୍ରହ ସହ ଟଙ୍କା ଆଦାୟ କରାଯାଇ, ଡିପୋଜିଟ କରା ଯାଇଥିଲା।ଏହା ସହ ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଆର ଡି ସି ଙ୍କ ପକ୍ଷରୁ ତଦନ୍ତ ସହ ପୁଲିସ ଏସ ଡି ପି ଓ ଙ୍କ ପକ୍ଷରୁ ମଧ୍ୟ ତାଙ୍କର ବୟାନ ରେକର୍ଡ କରାଯାଇଛି। ଏବେ ପୁଣି ଥରେ ରାଜନୈତିକ ଉଦ୍ଦେଶ୍ୟ ରଖି ମୋତେ ବଦନାମ କରିବା ପାଇଁ ଥାନାରେ ପୁଣିଥରେ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories