Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଘର ସମ୍ମୁଖରୁ ସାମ୍ବାଦିକ ଙ୍କ ମୋଟରସାଇକେଲ ଚୋରି

ଗୋପାଳପୁର,୩୦/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ପୂର୍ଣିମା ନଗରରେ ରହୁଥିବା ସାମ୍ବାଦିକ ଙ୍କ ମୋଟରସାଇକେଲ ଘର ସମ୍ମୁଖରୁ ଚୋରି ଯାଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ପ୍ରଗତିବାଦୀ ଖବରକାଗଜ ରରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ମୁନା ପଟ୍ଟନାୟକ ନିଜ କଳା ରଙ୍ଗର ପଲସର ମୋଟରସାଇକେଲ (ଓଡି ୦୭ ଏସି ୮୮୦୨) କୁ ବୁଧବାର ରାତିରେ ଘର ସମ୍ମୁଖରେ ପାର୍କିଂ କରିଥିଲେ।ଆଜି ସକାଳେ ଘର ସମ୍ମୁଖରେ ମୋଟରସାଇକେଲ ଟି ନଥିବା ବେଳେ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ।ବହୁ ଖୋଜା ଖୋଜି ସହ ସାହିରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ରାତି ପ୍ରାୟ ୨ ଟା ବେଳେ ସାମ୍ବାଦିକ ଙ୍କ ଘର ସମ୍ମୁଖରେ ପହଞ୍ଚି ମୋଟରସାଇକେଲ ଟିକୁ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ।ଘଟଣା ନେଇ ସାମ୍ବାଦିକ ମୁନା ଙ୍କ ପକ୍ଷରୁ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ୨ ଡଜନ ରୁ ଉର୍ଦ୍ଧ୍ବ ମୋଟରସାଇକେଲ ଚୋରି ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ କେବଳ ୨ ଟି ମୋଟରସାଇକେଲ ଉଦ୍ଧାର ହୋଇ ପାରିଥିବା ତଥ୍ୟ ରୁ ଜଣାପଡିଛି।

More Stories