Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା

ଗୋପାଳପୁର ୩୦/୧୧ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ହଲ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଅବସର ନେଉଥିବା ଅଫିସ ସୁପରିଟେଣ୍ଡଣ୍ଟ ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଚୌକିଦାର ବିଶ୍ଵନାଥ ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ମଞ୍ଚାସିନ ରହି ଥିଲେ l ଭାରତୀ ପାଢ଼ୀ, ଦୁର୍ଗା ଚରଣ ହୋତା, ଉପେନ୍ଦ୍ର ପାଳ ପ୍ରମୁଖ ଅବସର ନେଉଥିବାଙ୍କ ଗୁଣଗାନ କରିବା ସହ ଆରୋଗ୍ୟ କାମନା କରିଥିଲେ l ଡ଼. ଶଙ୍କର ମାଝୀ ସଭା ପରିଚାଳନା କରିଥିବା ବେଳେ ଉପ କୁଳସଚିବ ଡ଼. ବାବୁଜୀ ସାମଲ, ସହ କୁଳସଚିବ ଡ଼. ସରୋଜ ଦାଶଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories