ମାଗଣା ଚକ୍ଷୁ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ; ସୁବର୍ଣ୍ଣପୁର


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତର ସମସ୍ତ ଯୁବଗୋଷ୍ଠି ଓ ଅମୃତ କୁଟୁମ୍ଭ ର ମିଳିତ ସହଯୋଗ ରେ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ରକ୍ତଦାନ ଶିବିରରେ ବହୁ ମାତ୍ରାରେ ମହିଳା ଓ ପୁରୁଷ ରକ୍ତଦାନ କରିଥିଲେ l ଏହି ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ୧୦୦ରୁ ଅଧିକ ବୃଦ୍ଧ ଓ ବୃଦ୍ଧା ଆସିଥିଲେ। ସେଥିମଧ୍ୟରୁ ୩୫ ଜଣକୁ ଆଖି ଅସ୍ତ୍ରୋପ୍ରଚାର ପାଇଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ନିଆଯାଇଛି l ଏଥିରେ ବାବୁପାଲି ପଞ୍ଚାୟତ ର ସମସ୍ତ ସ୍ୱୟଂ ସହାୟକ ମହିଳା, ଅଙ୍ଗନବାଡି କର୍ମୀ,ଅମୃତ କୁଟୁମ୍ଭ ପରିବାର ଓ ପଞ୍ଚାୟତର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l