Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଣ୍ଢା ରେ ବୀରମହାରାଜପୁର ବ୍ଲକ ସ୍ତରୀୟ କୁମ୍ଭାର ସମ୍ପ୍ରଦାୟର ମିଳିତ ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ ର ଷଣ୍ଢା ଗ୍ରାମରେ ବ୍ଲକ କୁମ୍ଭାର ସମାଜ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲା କୁମ୍ଭାର ସମାଜ ମହାସଂଘ ର ସଭାପତି ନିରାକାର ରଣା ପୌରୋହିତ୍ୟ କରିଥିଲେ । ସଭାରେ କୁମ୍ଭାର ସମାଜ ର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହିତ ବୈଠକ ରେ ଯେକୌଣସି କ୍ଷେତ୍ର ରେ ନିର୍ଯାତିତ ହେଉଥିବା ସମାଜ ର କୌଣସି ବ୍ୟକ୍ତି ଙ୍କୁ ସାହାଯ୍ୟ ପାଇଁ ସମସ୍ତେ ଆଗଭର ହେବା ପାଇଁ ଆହ୍ବାନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଷଣ୍ଢା ଗ୍ରାମର ରତ୍ନେଶ୍ୱରି ଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସର ରେ ସମାଜର ବୀରମହାରାଜପୁର ବ୍ଲକ ସ୍ତରୀୟ ନୂତନ ପରିଚାଳନା କମିଟି ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସମାଜର ସଭାପତି ଭାବେ ଜୀବର୍ଦ୍ଧନ ରଣା , ସମ୍ପାଦକ ଭାବେ ଗୁପ୍ତେଶ୍ୱର ରଣା ଓ ନିରଞ୍ଜନ ରଣା ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା l ବୈଠକ ରେ ଗିତାରାଣି ରଣା , ସୁବିଧା ରଣା , ନେପୁର ରଣା , ମହାଦେବ ରଣା , ରାମ ରଣା , ସୁରେଶ ରଣା ପ୍ରମୁଖ ଙ୍କୁ ପରିଚାଳନା କମିଟି ର ସଦସ୍ୟ ଭାବେ ଚୟନ କରାଯାଇଥିଲା l କୁମ୍ଭାର ସମାଜ ର ରାଜ୍ୟ ସଭାପତି ଯୁଗଳ କିଶୋର ରଣା , ନିରାକାର ରଣା , ଭକ୍ତ ଚରଣ ରଣା , ପ୍ରଫୁଲ୍ଲ ରଣା , ଖଗେଶ୍ବର ରଣା, ଶିବ ରଣା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ କୁ ନଟବର ରଣା , ଗଣେଶ୍ୱର ରଣା , ଶିବ ପ୍ରସାଦ ରଣା , ସୁରେଶ ରଣା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ I