ମୁରଶୁଣ୍ଢୀ ରେ ସମ୍ବିଧାନ ଦିବସ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ସ୍ଥିତ ଆମ୍ବେଦକର ଯୁବ ଜ୍ୟୋତି ଯୁବକ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ସଙ୍ଘ ର ସଭାପତି ଚାପଧାରି ଗର୍ଡିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସୁଗ୍ରୀବ ଗୌତମ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ୍ବେଦକର ଓ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମୁଖ୍ୟବକ୍ତା ଭାବରେ ଜାତୀୟ ଧର୍ମ ମହାସଭା ର ଧରମ୍ ପ୍ରିୟ ପ୍ରଶାନ୍ତ ଯୋଗଦେଇ ସମ୍ବିଧାନ ଦିବସ ର ତାପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗେନ୍ଦ୍ର ମିର୍ଦ୍ଧା , ସରପଂଚ ମହେନ୍ଦ୍ର ଜଗଦଲା , ଭାରତ ନାଏକ , ରାଜକୁମାର ବଡି , ଜମ୍ୱେଶ୍ୱର ଦୀପ ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼. ଭୀମ ରାଓ ଆମ୍ୱେଦକର ଙ୍କ ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ l ଅତିଥିମାନେ ଏହି ଅବସରରେ ଗାଁ ଗାଁ ରେ ସମ୍ବିଧାନ ଉପରେ ଲୋକଙ୍କୁ ସଚେତନ କରିବା ସହିତ ସାମ୍ବିଧାନିକ ମୂଲ୍ୟବୋଧ ଓ ଜାତୀୟ ଚେତନା ର ପ୍ରସାର ଓ ପ୍ରଚାର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଙ୍ଘ ର ବରିଷ୍ଠ ସଦସ୍ୟ ନବୀନ ଭୋଇ ସଭା ସଂଯୋଜନା କରିଥିଲେ l ସଙ୍ଘ ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସୌମିତ୍ରି ଗର୍ଡିଆ , କାହ୍ନୁ ଗର୍ଡିଆ , ନବୀନ ନାଏକ , ଟୀକୁ , ପୁରନ୍ଦ୍ର , ପ୍ରମୋଦ , ତ୍ରିପୁରାରି ଙ୍କ ସମେତ ବହୁ ଆମ୍ବେଦକର ପ୍ରେମୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଶତାଧିକ ଲୋକ ଙ୍କ ସମାଗମ ହୋଇଥିଲା ।