Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମିରା ରେ 10 ମ ସୁଧିର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ରେ ପଞ୍ଚଖଣ୍ଡା ଖେଳ ପଡିଆ ରେ ଗୁରୁବାର ଦିନ ୧୦ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ସଭାପତି ବିମଳ ମୁଦୁଲି ପୌରୋହିତ୍ୟ କରିଥିଲେ। ଅଚ୍ୟୁତାନନ୍ଦ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସ୍ଥାନୀୟ ସରପଞ୍ଚ ଅନୁଶୟା ପଧାନ ମୁଖ୍ୟ ଅତିଥି ଏବଂ ଗ୍ରାମର ବରିଷ୍ଠ ନାଗରିକ ଧରଣୀଧର ପାଢ଼ୀ , ଲକ୍ଷ୍ନୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ସପନ କୁମାର ପ୍ରଧାନ , ଗ୍ରାମର ଗୌନ୍ତିଆ ଗଜେନ୍ଦ୍ର ପଧାନ , ସରପଞ୍ଚ ପ୍ରତିନିଧି ସପନ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ଟି ଆୟୋଜକ କମିରା ଓ ଏମଏମସିସି ସମ୍ବଲପୁର ମଧ୍ୟରେ ହୋଇଥିଲା । ସମ୍ବଲପୁର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ସମ୍ବଲପୁର ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୪ ଉଇକେଟ ହରାଇ ୧୧୩ ରନ କରିଥିଲା । ଦଳର ଅମୂଲ୍ୟ ପାତ୍ର ୨୭ ବଲରୁ ୪୩ ରନ ଓ ଜିତୁ ୨୭ ବଲ ରୁ ୩୭ ରନ କରିଥିଲେ । କମିରା ର ବିକ୍ରମ ୩ ଟି ଓ ମିଲୁ ଦୁଇଟି ଉଇକେଟ ନେଇଥିଲେ । ଜବାବରେ କମିରା ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୭ ଉଇକେଟ ହରାଇ ୯୧ ରନ କରି ପରାସ୍ତ ହୋଇଥିଲା । କମିରା ର ବିକ୍ରମ ୧୪ ବଲ ରୁ ୨୯ ରନ ଓ ରାଜକୁମାର ୨୯ ରନ କରିଥିଲେ । ସମ୍ବଲପୁର ର ହୋଲ୍ଡର ଓ ଶିଶିର ପ୍ରତ୍ୟେକ ୨ଟି ଲେଖାଏଁ ଏବଂ ଅମୂଲ୍ୟ ପତ୍ର ଗୋଟିଏ ଉଇକେଟ ନେଇଥିଲେ । ଏମଏମସିସି ସମ୍ବଲପୁର ମ୍ୟାଚ୍ ଟି କୁ ଜିଣି କ୍ୱାଟର ଫାଇନାଲ ରେ ପ୍ରବେଶ କରିଛି । ମ୍ୟାଚ୍ ଟି ରେ ପ୍ରଦୀପ ସାହୁ ଓ ପପୁନ ଚଉଲିଆ ଅମ୍ପାୟାର , ଶ୍ରିଦାସ ବାରିକ ସ୍କୋରିଂ ଏବଂ ବୁଦ୍ଧଦେବ ଓ ସଚିନ ଧାରାବିବରଣୀ ପ୍ରଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ପୂର୍ବତନ ସରପଂଚ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ର ଅମୂଲ୍ୟ ପାତ୍ର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ।