ହରିଣା ପାଲି ସ୍କୁଲ ରେ ପ୍ରଧାନ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟର ର ହରିଣାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରମେଶ ପଧାନ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗରୁଡଧ୍ୱଯ ପୂଜାହାରୀ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ କୁମାର ଭୋଇ , ଜନାର୍ଦ୍ଦନ ସାହୁ ପ୍ରମୁଖଯୋଗଦେଇଥିଲେ I ଅନ୍ୟତମ ଅତିଥିଭାବେ ସନ୍ତୋଷ ପୁରୋହିତ , ପଦାର୍ଥ ଲୁହା , କ୍ଲଷ୍ଟର ସଂଯୋଜକ ସୁଧାଂଶୁ ଶେଖର ଲୁହା , ପୂର୍ବତନ କ୍ଲଷ୍ଟର ସଂଯୋଜକ ବିଜୟ ହୋତା , ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ I ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସଂଗୀତକାର ଶ୍ରୀଧର ବାଗ ଯୋଗ ଦେଇଥିଲେ । ଏଥିରେ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବା ବେଳେ ଜନ୍ମେଜୟ ବିଶି ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ I ଗୋପାଳ ନାଏକ୍, ସୁରେଶ ପଧାନ , ରାଧାଚରଣ ବାରିକ , ଷଷ୍ଠୀ ଧରୁଆ , ଶୁଭଲକ୍ଷ୍ମୀ ପଧାନ ପ୍ରମୁଖ ସହଯୋଗ କରିଥିଲେ ।