Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟ ସମଲାଏ ହାଇସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ରେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ଓ ଖେଳ ଶିକ୍ଷକ ସାନ ଡାଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ମଶାଳ ଶୋଭାଯାତ୍ରା ରେ ଖେଳ ପଡିଆକୁ ଆସିଥିଲେ । ଏଥିରେ ପ୍ରଧାନଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନ ର ସଭାପତି ନଳିନିକାନ୍ତ ବାଘ ଯୋଗ ଦେଇ ଖେଳ ମଣିଷକୁ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ପ୍ରଦାନ କରେ ବୋଲି ମତ ରଖିଥିଲେ । ଶିକ୍ଷକ ତଥା ଯୁବକବି ଶଙ୍ଖସିନ୍ଧୁ ପୁରୋହିତ , ଖେଳ ମନୋଭାବ ଜୀବନ ରେ ସଫଳତାର ଶୀର୍ଷକୁ ଛୁଇଁବାକୁ ସାହାଯ୍ୟ କରେ ବୋଲି ମତ ରଖିଥିଲେ । ବ୍ଲକ ବିଜ୍ଞାନ ସମ୍ପାଦକ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧିର କୁମାର ହୋତା ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଡ଼. ପ୍ରଫୁଲ୍ଲ କୁମାର ସାହୁ , ଜ୍ଞାନ ପ୍ରକାଶ ଟାପ୍ନୋ ସମେତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।