Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ

ଝାରସୁଗୁଡା ୨/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ବିଶ୍ୱ ଏଡସ ସଚେତନତା ଦିବସ ପାଳନ କରା ଯାଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ ସା ସଭାପତିତ୍ୱ କରିଥିବା ବେଳେ ଯୁବ ରେଡକ୍ରସ ବିଭାଗର ପରାମର୍ଶ ଦାତା ତଥା ଅଧ୍ୟାପକ ରୋହିତ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଆ ଅଧ୍ୟାପକ ମିତ୍ରଭାନୁ ସେଟ ବିଶ୍ୱ ଏଡସ ସଚେତନତା ଦିବସର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଷଦ ଭାବେ ଆଲୋକପାତ କରିଥିଲେ । ଏହା ପରେ ଏକ ଶୋଭା ଯାତ୍ରାରେ ବାହାରି ଛାତ୍ରଛାତ୍ରୀ ମାନେ ହାତରେ ଏଡସ ସଚେତନତା ସମ୍ପର୍କିତ ଲେଖାଥିବା ଫ୍ଲାକ କାର୍ଡ ଏବଂ ବିଭିନ୍ନ ଶ୍ଳୋଗାନ ମାନ ଦେଇ ରେଙ୍ଗାଲି ଥାନା, ମହିମା ଆଶ୍ରମ ଆଦି ସ୍ଥାନ ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶ୍ୱିନୀ ପଧାନ, ଅକ୍ଷୟ ପଧାନ, ମନୋଜ ସାହୁ, ଗୀତାଞ୍ଜଳୀ ପଧାନ, ଅତୁଲ୍ୟ ପଧାନ, ଉସତ ପଧାନ,ଚନ୍ଦ୍ର ଶେଖର ବେହେରା ପ୍ରମୁଖ ସହଯୋଗ କରିଥିଲେ ।