Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧବଳେଶ୍ଵର ବେଳାଭୂମି ରୁ ୱେବ୍ ରାଡାର୍ ବୋଇଁ ଉଦ୍ଧାର

ଗୋପାଳପୁର ୨/୧୨ ଧବଳେଶ୍ଵର ବେଳାଭୂମି ପରିସରରୁ ଆଜି ଏକ ୱେବ୍ ରlଡର ବୋଇଂ କୁ ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ର ସେନାବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା।ପରେ ଏହାକୁ ଗବେଷଣା କରୁଥିବା ବୈଜ୍ଞାନିକ ଙ୍କୁ ହସ୍ତାନ୍ତର କରା ଯାଇଥିଲା। ଆଜି ସକାଳେ ଏହି ରlଡର ଟି ଧବଳେଶ୍ଵର ବେଳାଭୂମି ରେ ଭାସମାନ ଅବସ୍ଥାରେ ଥିବା ଦେଖି ସେନା କର୍ମଚାରୀ ମାନେ ସୋସିଆଲ ମିଡିଆରେ ଏହା ନେଇ ତଥ୍ୟ ରଖିବା ସହ ଗୋପାଳପୁର ଥାନା କୁ ଖବର ଦେଇଥିଲେ। ଗୋପାଳପୁର ଥାନା ପକ୍ଷରୁ ଏସ ଆଇ ପ୍ରଶାନ୍ତ ଡାକୁଆ ଏକ ଦଳ ସେଠାରେ ପହଞ୍ଚି ଏହି ରlଡର ଥିବା ଦେଖିଥିଲେ।ପରେ ବ୍ରହ୍ମପୁର ଏସ ପି ଙ୍କୁ ଖବର ଦେଇଥିଲେ।ଏସ ପି ଇଣ୍ଟିଲେନ୍ସି ବିଭାଗ କୁ ଜଣାଇଥିଲେ।ଇଣ୍ଟିଲେନ୍ସି ବିଭାଗର ଆଇ ଆଇ ସି ରଞ୍ଜନ କୁମାର ପଟ୍ଟନାୟକ,ଏସ ଆଇ ଅଜିତ କୁମାର ପାତ୍ର ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ଜାଣିବାକୁ ପାଇଲେ ଯେ ଏହି ଯନ୍ତ୍ର ଟି ଚିଲିକା ର ।ଚିଲିକା ର ଜଙ୍ଗଲ ଓ ଜଳବାୟୁ ବିଭାଗର ପ୍ରକଳ୍ପ ର ବୈଜ୍ଞାନିକ ରାକେଶ ବରାଳ ଙ୍କ ସହ ଯୋଗ ଯୋଗ ପରେ ବୈଜ୍ଞାନିକ ବରାଳ ସେଠାରେ ପହଞ୍ଚି ଏହି ଯନ୍ତ୍ର ଟି କୁ ଚିଲିକା ନେଇଥିବା ଜଣାପଡିଛି। ଏହି ଯନ୍ତ୍ର ଟି ୨୦୧୧ ରୁ ରଖାଯାଇଥିଲା। ଚିଲିକା ଡେଭଲପମେଣ୍ଟ ଅଥରଟି ପକ୍ଷରୁ ଏହାକୁ ପୋର୍ଟ ଠାରୁ ୨ l ୩ କିମି ଦୂରରେ ସମୁଦ୍ର ଭିତରେ ରଖା ଯାଇଥିଲା। କୌଣସି କାରଣ ବଶତଃ ଏହା ଭାସି ଯାଇ ଧବଳେଶ୍ଵର କୂଳରେ ଲାଗିଥିଲା। ଏହି ଯନ୍ତ୍ର ଟି ଗୋଲିଆ ହୋଇଥିବା ବେଳେ ଏହାର ଉପର ପଟରେ ସୋଲାର ଖଞ୍ଜା ଯାଇଥିବା ସହ ଜି ପି ଏସ ଖଞ୍ଜା ଯାଇ ତଥ୍ୟ ସଂଗ୍ରହ କରାଯାଉଥିଲା ।, ଏଥିରୁ ଉଦ୍ଧାର ତଥ୍ୟ ଇଙ୍କୋଷିସ ହାଇଦ୍ରାବାଦ କୁ ପଠାଯାଉ ଥିଲା। ସେଠାରେ ବୈଜ୍ଞାନିକମାନେ ସମୁଦ୍ର ର ତରଙ୍ଗ ର ଉଚ୍ଚତା ବେଗ ର ଦିଗ ନେଇ ତର୍ଜମା କରି ରିପୋର୍ଟ ପ୍ରସ୍ତୁତ କରୁଥିଲେ। ଏହି ଯନ୍ତ ଟି ର ଓଜନ ପ୍ରାୟ ୨୦୦ କେଜି ହୋଇଥିବା ବେଳେ। ନେଦେର ଲାଣ୍ଡ ରୁ କିଣା ଯାଇଥିବା ବୈଜ୍ଞାନିକ ବରାଳ ସୂଚନା ଦେଇଛନ୍ତି।ଏହି ଯନ୍ତ୍ର ଦ୍ବାରା ପବନ ବେଗ ଓ ଗତି ବିଧି,ପାଣିପାଗ, ସମୁଦ୍ର ର ତରଙ୍ଗ ମାପିବା ଯନ୍ତ୍ର। ଏହି ଯନ୍ତ୍ର ଟିକୁ ପୋର୍ଟ ପାଖା ପାଖି ରେ ରହିଥିବା ଜଣାପଡିଛି। ଆଜି ଏହି ଯନ୍ତ୍ର ଟି ପାଇବା ପରେ ଏହାକୁ ଚିଲିକା ନିଆ ଯାଇଥିବା ଜଣାପଡିଛି।