Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ବଜରଙ୍ଗ ଦଳ ସଦସ୍ୟ

ଝାରସୁଗୁଡା ୨/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ଓ ପିପୁଲସ ଫୋରମ ଦ୍ୱାରା ପରିଚାଳିତ ଗୋବିନ୍ଦପୁର ବୃଦ୍ଧାଶ୍ରମରେ ରହୁଥିବା ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରି ପୁଣିଥରେ ଉଦାହରଣ ସୃଷ୍ଟି କରିଛନ୍ତି ଲଖନପୁର ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଗୋବିନ୍ଦପୁର ଗୋଧାମର ସଦସ୍ୟ ମାନେ ।
ଗୋବିନ୍ଦପୁର ବୃଦ୍ଧାଶ୍ରମରେ ଦୀର୍ଘ ଦିନ ରହି ଆସୁଥିବା ଜଣେ ଅସହାୟ ଅନ୍ତେବାସୀ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ଶୁକ୍ରବାର ରାତି ପ୍ରାୟ ୧୦.୦୫ରେ ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ଆଜି ସକାଳେ ଖବର ପାଇ ଲଖନପୁର ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ରଞ୍ଜିତ ପଧାନ ବୃଦ୍ଧାଶ୍ରମରେ ପହଞ୍ଚି ଥିଲେ ଏବଂ ଉକ୍ତ ବୃଦ୍ଧାଙ୍କ ଆତ୍ମୀୟ ସ୍ଵଜନ କେହି ନଥିବା ଯୋଗୁଁ ତାଙ୍କ ଶବ ସତ୍କାର ପାଇଁ ଆଗ୍ରହ ପ୍ରକାଶ କରି ବୁଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଠାରୁ ଅନୁମତି ପାଇ ଲଖନପୁର ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଗୋବିନ୍ଦପୁର ଗୋଧାମର ସଦସ୍ୟ ମାନେ ମିଳିତ ଭାବେ ହିନ୍ଦୁଧର୍ମର ରୀତି ନୀତି ଅନୁଯାୟୀ ମହାନଦୀ କୂଳକୁ ନେଇ ଉକ୍ତ ଅସହାୟ ବୃଦ୍ଧାଙ୍କ ଅନ୍ତିମ ଶବ ସଂସ୍କାର କରିଥିଲେ । ଏହି ମହତ କାର୍ଯ୍ୟରେ ସଂଯୋଜକ ରଞ୍ଜିତ ପଧାନଙ୍କ ସମେତ ଆଲୋକ ବରିହା,କେଦାର ପଟେଲ,ଧନବୀର ଖରସେଲ ଏବଂ ଗୋବିନ୍ଦପୁର ବୃଦ୍ଧାଶ୍ରମର ପରିଚାଳକ ଗଣେଶ ଚନ୍ଦ୍ର ବଳିୟାର ସିଂ, ସହଯୋଗୀ ଦେବାଶିଷ ବିଶ୍ଵାଳ, ରୁପେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ବଜରଙ୍ଗ ଦଳର ଏଭଳି ମହନୀୟତା କାର୍ଯ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ