ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଦୁଇ ଦିନ ଧରି ହେଉଥିବା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୨୬ ତମ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହେଉଥିବା ଉକ୍ତ କ୍ରୀଡ଼ା ଉତ୍ସବ ର ଉଦଘାଟନୀ ଉତ୍ସବରେ ଶିକ୍ଷାନୁଷ୍ଠାନ ର ସଭାପତି ରୁଦ୍ରାକ୍ଷ ସାହୁ ପୌରୋହିତ୍ୟ କରିଥିଲେ । ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ଜୋନ -୧ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନୁଷ୍ଠାନ ର ଉପସଭାପତି ଭାଗିରଥି ମେହେର , ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଡାଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ କ୍ରୀଡ଼ା ବାର୍ତ୍ତା ପ୍ରଦାନ କରିଥିଲେ । ଶିକ୍ଷାନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷିନି ସାମନ୍ତରା ସଭା ସଂଯୋଜନା କରିଥିଲେ । ଗୋବିନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ପ୍ରାରମ୍ଭ ରେ ଚମ୍ପାମାଳ ସ୍ଥିତ ଚମ୍ପେଶ୍ୱର ଶିବ ମନ୍ଦିର ରୁ ମଶାଲ ଶୋଭଯାତ୍ରାରେ ପଡିଆ କୁ ଅଣାଯାଇଥିଲା । ଉଭୟ ବାଳିକା ଓ ବାଳକ ବିଭାଗ ର ଶିଶୁ ବାଟିକା , ଶିଶୁ ବିଭାଗ , ବାଲ୍ ବିଭାଗ ଓ କିଶୋର ବିଭାଗ ରେ ୧୦୦ମିଟର , ୨୦୦ ମିଟର , ୪୦୦ମିଟର , ୬୦୦ ମିଟର ଦୌଡ , ସର୍ଟ ଫୁଟ ଥ୍ରୋ , ଡିସକସ୍ ଥ୍ରୋ , ଜେଭେଲିଂ ଥ୍ରୋ , ଉଚ୍ଚ ଡିଆଁ , ଲମ୍ବ ଡିଆଁ , ରଙ୍ଗ ଦୌଡ ଆଦି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟୁଷ ରଞ୍ଜନ ପଣ୍ଡା , ଆକାଶ ବିଶ୍ଵାଳ , ମନୋରଞ୍ଜନ ଚାନ୍ଦ , ଜୟନ୍ତୀ ମିଶ୍ର ଏବଂ ସମସ୍ତ ଗୁରୁମା ଓ ଗୁରୁଜୀ ଖେଳ ପରିଚାଳନା କରିଥିଲେ । ଶନିବାର ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅବସପ୍ରାପ୍ତ ଖେଳ ଶିକ୍ଷକ କିଶୋର ମୋହନ ଡ଼ାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନୁଷ୍ଠାନ ର ପରିଚାଳନା କମିଟି ର ସଭାପତି , ସମ୍ପାଦକ ଓ ସହ ସମ୍ପାଦକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସର ରେ ଶିଶୁ ବିଭାଗ ର ବାଳିକା ବର୍ଗ ରେ ସ୍ଵୟଂଶ୍ରୀ ପ୍ରିୟଦର୍ଶିନୀ ପଧାନ ଓ ବାଳକ ବର୍ଗ ରେ ସୁଜ୍ଞାନ ଖେତୀ , ବାଲ ବିଭାଗ ର ବାଳିକା ବର୍ଗରେ ଅନନ୍ୟା ଆନନ୍ଦିତା ଖମାରୀ ଓ ବାଳକ ବର୍ଗରେ ଅଭିଜିତ ଧାରୁଆ ଏବଂ କିଶୋର ବିଭାଗ ରେ ଓମ୍ ପ୍ରକାଶ ପଧାନ ଙ୍କୁ ଚାମ୍ପିଅନ ଭାବେ ପୁରସ୍କୃତ କରାଯାଇଥିଲା ।
ବୀରମହାରାଜପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୀ କ୍ରୀଡା ପ୍ରତିଯୋଗିତା ରେ ଅଂଶଗ୍ରହଣ କଲେ 418 ଛାତ୍ର ଛାତ୍ରୀ
