Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ରାଜ୍ୟରେ ପରାଜୟ ବିଗାଡ଼ିଲା କଂଗ୍ରେସର ଖେଳ ! ଇଣ୍ଡିଆ ମେଣ୍ଟର ବୈଠକ ଡକାଇଲେ ଖଡ଼ଗେ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଚାପ ପକାଇବା ଆରମ୍ଭ କରିଛି। ଜେଡିୟୁର ରାଜ୍ୟ ସାଧାରଣ ସଂପାଦକ ନିଖିଳ ମଣ୍ଡଲ ଏକ୍ସରେ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଏବଂ କହିଛନ୍ତି ବର୍ତ୍ତମାନ ଇଣ୍ଡିଆ ମେଣ୍ଟକୁ ନୀତିଶ କୁମାରଙ୍କ ଅନୁସାରେ ଚାଲିବା ଉଚିତ୍। ଆଜି ୪ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ତିନୋଟି ରାଜ୍ୟରେ ବିଜେପି ଦମଦାର ପ୍ରଦର୍ଶନ କରି ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ସଙ୍କେତ ମିଳି ସାରିଛି। ଅନ୍ୟପଟେ କଂଗ୍ରେସ ହାତରୁ ଛତିଶଗଡ଼ ଓ ରାଜସ୍ଥାନ ଖସିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜେଡିୟୁ କଂଗ୍ରେସ ଉପରେ ଚାପ ପକାଇବାର ସୁଯୋଗ ପାଇ ଯାଇଛି।

ସେ କଂଗ୍ରେସ ଉପରେ ଆକ୍ଷେପ କରି କହିଛନ୍ତି, ଗତ କିଛି ସମୟରୁ କଂଗ୍ରେସ ପାଞ୍ଚ ରାଜ୍ୟର ନିର୍ବାଚନରେ ବ୍ୟସ୍ତ ରହିଲା। ଏହି କାରଣରୁ ଇଣ୍ଡିଆ ମେଣ୍ଟ ଉପରେ ଦଳ ଧ୍ୟାନ ଦେଇ ପାରି ନ ଥିଲା। ଏବେ ତ ନିର୍ବାଚନ ସରି ସାରିଛି। ଆଉ ପରିଣାମ ସଭିଙ୍କ ସାମ୍ନାରେ। ନିଖିଳ ମଣ଼୍ଡଲ କହିଛନ୍ତି, ନୀତିଶ କୁମାର ଇଣ୍ଡିଆ ମେଣ୍ଟର ସୂତ୍ରଧର ଏବଂ ସେ ଏହି ଏହି ମେଣ୍ଟକୁ ରାଜନୈତିକ ବୈତରଣୀ ପାରି କରାଇ ପାରିବେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚନ ପରିଣାମ ଦିନ ହିଁ ବିରୋଧୀ ଦଳର ନେତାମାନଙ୍କୁ ଫୋନ ଜରିଆରେ ଯୋଗାଯୋଗ କରି ଡିସେମ୍ବର ୬ରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ପାଇଁ ଆମନ୍ତ୍ରିତ କରିଛନ୍ତି। ଏହି ବୈଠକ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ସଂପନ୍ନ ନିର୍ବାଚନର ଫଳାଫଳ ଆସିବା ପରେ ସ୍ଥିର କରାଯାଇଛି। କଂଗ୍ରେସ ୫ ରାଜ୍ୟର ନିର୍ବାଚନରେ ତେଲେଙ୍ଗାନାକୁ ବାଦ୍ ଦେଲେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପରାଜୟ ଭୋଗୁଥିବା ଟ୍ରେଣ୍ଡରୁ ଜଣା ପଡିଛି। ତେବେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ନିର୍ବାଚନର ଫଳାଫଳ ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ