ଓ ବି ସି ଜନଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ଭବନରେ ଓ ବି ସି ମଞ୍ଚର ବୀରମହାରାଜପୁର ଶାଖା ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ଓ ବି ସି ମଞ୍ଚର କାର୍ଯ୍ୟକାରୀ ସଭାପତି ପ୍ରିୟବ୍ରତ ସାହୁ ସଭାପତିତ୍ବ କରିଥିଲେ I ସଭାରେ ଓ ବି ସି ମଞ୍ଚର ଜିଲ୍ଲା ସଭାପତି ଦେବାରଚନ ଚାଉଳିଆ , ସମାଜସେବୀ ରୁଷିନାଥ ମହାକୁର , ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ , ସାନନ୍ଦ ମେହେର , ରାଜେନ୍ଦ୍ର ବେହେରା , ହୃଷୀକେଶ ମହାକୁର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଉକ୍ତ ଜନଜାଗରଣ ଯାତ୍ରାରେ ବୁଲୁଥିବା ରଥ ଆସନ୍ତା 4 ତାରିଖ (ସୋମବାର) ରେ ବୀରମହାରାଜପୁର ବ୍ଲକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି l ଓ ବି ସି ବର୍ଗର ସାମ୍ବିଧାନିକ ଅଧିକାର ଓ ସମାନୁପାତିକ ପ୍ରତିନିଧିତ୍ଵ ପାଇଁ ଏହି ରଥ ସଚେତନତା ସୃଷ୍ଟି କରିବ ବୋଲି ଜଣାପଡିଛି I ରଥ ପ୍ରଥମେ ବ୍ଲକ ଅନ୍ତର୍ଗତ ପଣ୍ଡିଆ ପାଲି ସ୍ଥିତ ରାମ ଚଣ୍ଡି ପିଠରେ ପହଂଚି ପୂଜାର୍ଚ୍ଚନା ପରେ ଜନଜାଗରଣ ଯାତ୍ରା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିବା ପ୍ରକାଶ I ପରେ ରଥପୁର ମେହେର ପଡା ଦେଇ ଟିଠି ପାଲି , କମଳପୁର , ଟାଙ୍ଗରପାଲି , କେନ୍ଦୁପାଲି , ଚମ୍ପାପୁର୍ ଦେଇ ସଣ୍ଢା , ବାଗବର , ଜଟେସିଂହା , ଡୁମୁରି , ବଡ ଖମାର , ଚନ୍ଦିଲି , ମୁରଶୁଣ୍ଢୀ , ହିଲୁଙ୍ଗ, ମେଣ୍ଡାମାଳ, ଲାତୁରପେଟ, ତ୍ରିବେଣୀ ଛକ ହୋଇ ପରିକ୍ରମା କରିବାପରେ ବୀରମହାରାଜପୁର ମୁଖ୍ୟ ଛକ ରେ ପହଁଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୁଲତା ସାମାଜ ମହାସଚିବ ନେତ୍ରାନନ୍ଦ ବେହେରା, ମେହେର( ଭୁଲିଆ) ସାମାଜ ର ପୂର୍ବତନ ଜିଲ୍ଲା ସଭାପତି ସୌମିତ୍ରି ମେହେର , ପୂର୍ବତନ ଆତ୍ମା ଅଧ୍ୟକ୍ଷ ଆଲୋକ ଦେହେରୀ , ସଞ୍ଜୟ ମହାକୁର , ଭୋଳାଶଙ୍କର ବାଘ , ପୂର୍ବତନ ସରପଞ୍ଚ ସରୋଜ ବାରିକ , ଦିଲ୍ଲିପ ପଧାନ ଙ୍କ ସମେତ ବାରିକ ସାମାଜ , କୂଳତା ସାମାଜ , ଚଷା ସାମାଜ , ଭୁଲିଆ ସାମାଜ , ଡୁମାଳ ସାମାଜ ତଥା ମାହେଶ୍ଵରୀ ସେନାର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I