ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ୪୧ ତମ ପ୍ରସିଦ୍ଧ ଗୋକୁଳାଷ୍ଟମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଳଦେବ କ୍ଳବ ସଦସ୍ୟ ସନ୍ତୋଷ ପୁଝାରୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର , ସମିତି ସଭ୍ୟା ଲିଲି ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ନାଟ୍ୟଭିକ୍ରମେ କୃଷ୍ଣଙ୍କ ବାଲ୍ୟଲୀଳା ଉପରେ ନାଟକ ପରିବେଷଣ ହୋଇଥିଲ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ। କଂସ ଭୂମିକାରେ ଅଲେଖ ମହାକୁର ନିଖୁଣ ଅଭିନୟ କରିଥିଲେ। ଯାତ୍ରା ପାଇଁ ଛଅ ଦିନ ଧରି ସମଗ୍ର ସୁବଳୟା ଅଞ୍ଚଳର ଉତ୍ସବ ମୁଖରିତ ହୋଇଥାଏ । ପରମ୍ପରା ଅନୁଯାୟୀ ଏଠାକାର ଗୋକୁଳାଷ୍ଟମୀ ଯାତ୍ରା ରେ କଂସ ବଧ ଦୃଶ୍ୟ ଅଭିନୀତ ହୋଇନଥାଏ । ସ୍ଥାନୀୟ ବଳଦେବ କ୍ଳବ ଦ୍ବାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଅଲେଖ ମହାକୁର , ସମ୍ପାଦକ ସମ୍ପଦ ପୁଝାରୀ , ଶ୍ରୀତମ ବାଘ , ରାଧାମୋହନ ସାହୁ , ଶରତ କର , ନନ୍ଦନ ସାହୁ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ସୁବଳୟା ରେ ଆରମ୍ଭ ହେଲା 41 ତମ ପ୍ରସିଦ୍ଧ ଗୋକୁଳାଷ୍ଟମୀ ଯାତ୍ରା
