ଆମ ଓଡ଼ିଶା ନବୀନ ଓଡିଶା , ଯୋଜନାର ଅନୁଦାନ ଫଳକ ଉନ୍ମୋଚିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ଅନୁଦାନ ରାଶି ମିଳିଥିଲା I ସେହି କାର୍ଯ୍ୟର ଅନୁଦାନ ଫଳକ ଉନ୍ମୋଚିତ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇବ ଉଦ୍ଧେଶ୍ୟରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ I ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ମୁର୍ଷୁଣ୍ଢୀ ପଞ୍ଚାୟତ ସମିତି ସଭ୍ୟା ରୀତା ଗର୍ଡିଆ , ସ୍ଥାନୀୟ ସରପଞ୍ଚ ମନୋଜ ସାହୁଙ୍କ ସହ ସ୍ଥାନୀୟ ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରଥମେ ଅତିଥିଗଣ ଏବଂ ସ୍ଥାନୀୟ ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁବାଦ ଫଳକ ଗୁଡ଼ିକ ଉନ୍ମୋଚିତ କରାଯାଇଥିଲା । ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଠାରେ ମିଶନ ଶକ୍ତି ସଭାଗୃହ ପାଇଁ ୬ ଲକ୍ଷ ଟଙ୍କା , ବଙ୍କିଆ ଗ୍ରାମରେ ମିଶନ ଶକ୍ତି ସଭାଗୃହ ପାଇଁ ୬ ଲକ୍ଷ ଟଙ୍କା , ଘଣ୍ଟପାଲି ଗ୍ରାମରେ ମିଶନ ଶକ୍ତି ସଭାଗୃହ ପାଇଁ ୬ ଓ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଅମରପାଲି ଗ୍ରାମରେ ମିଶନ ଶକ୍ତି ସଭାଗୃହ ପାଇଁ ୬ ଲକ୍ଷ ଟଙ୍କା ରାଶିର ଫଳକ ଉନ୍ମୋଚିତ ହୋଇଥିଲା । ଉକ୍ତ ସ୍ଥାନରେ ସଭାଗୃହ ନିର୍ମାଣ ହେଲେ ସଭାସମିତି ପାଇଁ ଆମେ ଉପକୃତ ହେବ ବୋଲି ଗ୍ରାମର ମହିଳା ଗୋଷ୍ଠୀ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ବଛ ଶାସନ ବିଷୟରେ ଉପାଧ୍ୟକ୍ଷ ଶ୍ରୀ ଲୁହା ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗ୍ରାମରେ ଅନୁଦାନ ରାଶି ଦିଆଯାଇ ଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।