Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ବାଲିଯୁରୀ କୁ ହରାଇ ତେଲିପାଲି ଚାମ୍ପିଅନ୍

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ର ମେଣ୍ଡିଲିପାଲି ଗ୍ରାମରେ ହେଉଥିବା ମା ‘ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳରେ ବାଲିଯୁରୀ କୁ ହରାଇ ତେଲିପାଲି ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ତେଲିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୨୦ ରନ କରିଥିଲା। ଜବାବରେ ବାଲିଯୁରୀ ଦଳ ୮.୧ ଓଭର ରେ ୫ ଉଇକେଟ ହରାଇ ୧୨୧ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ତେଲିପାଲି ଦଳ ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୮୯ ରନ କରିଥିଲା । ଜବାବରେ ବାଲିଯୁରୀ ଦଳ ନିର୍ଦ୍ଧାରିତ ୬ ଓଭର ରେ ୭ ଉଇକେଟ ହରାଇ ୭୦ ରନ କରିଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ରେ ବିଜୟୀ ହେବାରୁ ସୁପର -୨ ଓଭର ମ୍ୟାଚ୍ ଖେଳା ଯାଇଥିଲା । ଏଥିରେ ବାଲିଯୁରୀ ନିର୍ଦ୍ଧାରିତ ୨ ଓଭର ରେ ୪ ଉଇକେଟ ହରାଇ ୩୦ ରନ କରିଥିବା ବେଳେ ତେଲିପାଲି ଦଳ ୧.୪ ଓଭର ରେ କୌଣସି ଉଇକେଟ ନ ହରାଇ ୩୧ ରନ କରି ବିଜୟୀ ହୋଇଥିଲା । ତେଲିପାଲି ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଆୟୋଜକ ସଭାପତି ସତ୍ୟ ନନ୍ଦ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ , ବବୁଲ ନନ୍ଦ , ଦଶରଥ ନନ୍ଦ , ରବି ନାଏକ , ଅନନ୍ତ ଗାଇଗରିଆ , ଦିନେଶ ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ତେଲିପାଲି ର ଆକାଶ ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ , ବିଶ୍ବନାଥ ଙ୍କୁ ମ୍ୟାନ ଅଫ ଦି ସିରିଜ , ମନୋଜ ଙ୍କୁ ଶ୍ରେଷ୍ଠ ସିକ୍ସର , ଶ୍ରେଷ୍ଟ କ୍ୟାଚ୍ ଭାବେ ପୁରସ୍କୃତ କରିବା ସହିତ ଚାମ୍ପିଅନ ତେଲିପାଲି ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ବାଲିଯୁରୀ ଦଳ କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ କୁ କୁନା କର୍ଣ୍ଣ ଓ ସୁନିଲ ମହାନନ୍ଦ ପରିଚାଳନା କରିଥିବା ବେଳେ ସୁଶାନ୍ତ ନାଏକ ସ୍କରିଂ ଏବଂ ମାନସ ନନ୍ଦ ଧାରାବିବରଣୀ ପ୍ରଦାନ କରିଥଲେ।