Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁରରେ କୂଅରେ ପଡି ଦୁଇ ଶିଶୁ ମୃତ

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଦର ଟାଉନରେ ରହୁଥିବା କଲ୍ଲୋଳ ମିଶ୍ରଙ୍କ କୁଅରେ ପଡି ୨ଶିଶୁ କନ୍ୟା ମୃତ ।ସେମାନେ ହେଲେ ଆଲୋକ ମିଶ୍ର ଙ୍କଝିଅ ଦିଶା ମିଶ୍ର(୨ବର୍ଷ)ଏବଂ ସଂଗ୍ରାମ ଶତପଥିଙ୍କ ଝିଅ ସିଦ୍ଧିଶ୍ରୀ ଶତପଥି । କୁଅ ପାଖରେ ଖେଳୁଥିବା ବେଳେ ଘର ପଛରେ ଥିବା ୨ଶିଶୁ କୁଅରେ ପଡିଯାଇଥିଲେ ।ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ କର୍ମ ଚାରୀମାନେ ପହଂଚି ଦୁଇ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ସେମାନଙ୍କୁ ବିରମହାରାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।ଜଣେ ଗୁରୁତରଙ୍କୁ ସୋନପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ ବରଗଡ ନିଆଯାଇଥିଲା ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ା