Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଯୋଧ୍ଯା ରୁ ଆସିଥିବ ଅକ୍ଷୟ ଶୁଭ କଳସ କୁ ବୀରମହାରାଜପୁର ରେ ସ୍ଵାଗତ

ବୀରମହାରାଜପୁର : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆସିଥିବା ପବିତ୍ର ଅକ୍ଷୟ ଶୁଭ କଳସକୁ ବୀରମହାରାଜପୁର ମୁଖ୍ୟଛକ ଠାରେ ଭବ୍ୟ ସ୍ୱାଗତ କରାଯାଇଛି । ସ୍ଥାନୀୟ ଗୁନିପଡା ଠାରୁ ଭଜନ ସଂକୀର୍ତ୍ତନ ସହ ଶୁଭ କଳସକୁ ସ୍ବାଗତ କରାଯାଇଥିଲା । ଅନ୍ତର୍ଯ୍ୟାମୀ ରଥ କଳସ ବୋହିଥିଲେ । ପ୍ରତ୍ୟେକ ଦ୍ଵାର ସମ୍ମୁଖରେ ଭରା ଗରା ଓ କଳସ ଥୋଇ ତଥା ଦୀପଜାଳି ଲୋକେ ଏହାକୁ ସ୍ବାଗତ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦର ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ନୀଳାମ୍ବର ହୋତା କାର୍ଯ୍ୟକ୍ରମର ତତ୍ତ୍ଵାବଧାନ କରିଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦ୍ଵୀତିକୃଷ୍ଣ ପଣ୍ଡା , ପ୍ରତ୍ୟୁଷ ପଣ୍ଡା , ଅଂଶୁମାନ ପଣ୍ଡା , ରମାକାନ୍ତ ହୋତା , ରାକେଶ ବାରିକ , ବିଭୂତି କୁଦେଇ ଓ ହିନ୍ଦୁ ଏକତା ମଞ୍ଚ ଏଥିରେ ସହଯୋଗ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବିଶ୍ଵ ହିନ୍ଦୁ ପରିଷଦ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିଲେ ।