ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ପଞ୍ଚଖଣ୍ଡା ଖେଳ ପଡିଆ ରେ ହେଉଥିବା ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ଏମଏମସିସି ସମ୍ବଲପୁର କୁ ହରାଇ ଅନୁଗୋଳ- ଲୁଟୁ ୱାରିଅର୍ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ ଟି ଦୁଇଟି ଟି-୧୦ ଫର୍ମାଟ, ଏବଂ ୬-୬ ଓଭର ଲେଖାଏଁ ମୋଟ ତିନିଟି ଫର୍ମାଟ ରେ ହୋଇଥିଲା । ଅନୁଗୁଳ ଦଳ ପ୍ରଥମ ଫର୍ମାଟ ରେ ୯.୩ ଓଭର ରେ ସମସ୍ତ ଉଇକେଟ ହରାଇ ୭୨ ରନ କରିଥିଲା । ଜବାବରେ ସମ୍ବଲପୁର ଦଳ ଆବଶ୍ୟକୀୟ ୭୩ ରନ କୁ ୪.୨ ଓଭର ରେ ଗୋଟିଏ ମାତ୍ର ଉଇକେଟ ହରାଇ ସଂଗ୍ରହ କରିଥିଲା । ସମ୍ବଲପୁର ର ମଦନ ବେହେରା ୧୩ ବଲ ରୁ ୪୩ ରନ କରିଥିଲେ। ଦ୍ଵିତୀୟ ଫର୍ମାଟ ରେ ଅନୁଗୁଳ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୪ ଟି ଉଇକେଟ ହରାଇ ୧୩୨ ରନ କରିଥିଲା । ଦଳର ଛୋଟୁ ଆକାଶ ୪୦ ରନ କରିଥିଲେ । ଜବାବରେ ସମ୍ବଲପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୯୦ ରନ କରିଥିଲା। ଦଳର ଜଗନ ୩୩ ରନ କରିଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିବାରୁ ତୃତୀୟ ଫର୍ମାଟ ୬-୬ ଓଭର ଖେଳା ଯାଇଥିଲା। ଏଥିରେ ଲୁଟୁ ୱାରିଅର ଅନୁଗୁଳ ନିର୍ଦ୍ଧାରିତ ୬ ଓଭର ରେ ବିଜ୍ଞ ପ୍ରକାଶ ସାହୁଙ୍କ ୫୩ ରନ ସହାୟତା ରେ ଦୁଇ ଉଇକେଟ ହରାଇ ୧୨୮ ରନ କରିଥିଲା । ଜବାବରେ ସମ୍ବଲପୁର ଦଳ ନିର୍ଦ୍ଧାରିତ ୬ ଓଭର ରେ ୪ ଉଇକେଟ ହରାଇ ୬୪ ରନ କରିଥିଲା । ଅନୁଗୁଳ ଦୁଇଟି ଫର୍ମାଟ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ସଚିନ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ଟୁର୍ଣ୍ଣାମେଣ୍ଟ ର ସଭାପତି ନିର୍ମଳ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ବୀରମହାରାଜପୁର ବ୍ଲକ ଉପାଧ୍ଯକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ଅନୁଶୟା ପଧାନ, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ଆତ୍ମା ଅଧ୍ୟକ୍ଷ ବିବସ୍ୱତି ପଣ୍ଡା , ସ୍ବେଚ୍ଛାସେବୀ ସପନ ପଧାନ , ଉଫୁଲା ସରପଞ୍ଚ ପ୍ରତିନିଧି ମୀନକେତନ ମହାକୁର , ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ , ଧରଣୀ ଧର ପାଢ଼ୀ , ଚକ୍ରଧର ପଧାନ , ଶ୍ରମିକ ନେତା କର୍ଣ୍ଣରାଜ ପଧାନ , ଅତୁଲ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନୁଗୁଳ ର ବିଜ୍ଞ ପ୍ରସାଦ ସାହୁ ଙ୍କୁ ମ୍ୟାନ ଅଫ ଦି ଫାଇନାଲ , ମଣ୍ଟୁ ପାଟ୍ଟସାଣି ଙ୍କୁ ଏମାର୍ଜିଂ ପ୍ଲେୟାର , ସମ୍ୱଲପୁର ର ହୋଲ୍ଡର ଙ୍କୁ ମ୍ୟାନ ଅଫ ଦି ସିରିଜ ଓ ଶ୍ରେଷ୍ଠ ବୋଲର , ସଙ୍କୀର୍ତ୍ତନ ପ୍ରଧାନ ଙ୍କୁ ଶ୍ରେଷ୍ଠ ଫିଲ୍ଡର , ମଦନ ବେହେରା ଙ୍କୁ ଶ୍ରେଷ୍ଟ ବ୍ୟାଟର ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ଲୁଟୁ ୱାରିଅର ଅନୁଗୁଳ କୁ ନଗଦ ୫୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅଫ ଏମ ଏମ ସି ସି , ସମ୍ବଲପୁର ଦଳ କୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ ରେ ସୁରେଶ ବିଶି ଓ ରଘୁବୀର ମିଶ୍ର ଆମ୍ପୟାର , ଶ୍ରୀଦାସ ବାରିକ ସ୍କୋରର ଏବଂ ସଚିନ ପଧାନ ଓ ବୁଦ୍ଧଦେବ ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସୌମିତ୍ରୀ ସାହୁ , ପ୍ରଦୀପ ପଧାନ , କୌଶିକ ପଧାନ , ବିମଳ ମୁଦୁଲି , ବିବେକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
କମିରା 10 ମ ସୁଧୀର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ସମ୍ବଲପୁର କୁ ହରାଇ ଅନୁଗୁଳ ଚମ୍ପିଆନ୍ ଘୋଷିତ
