Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୩୯ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ବାଲ୍ୟଲିଲା ପ୍ରସ୍ତୁତି ବୈଠକ

ଝାରସୁଗୁଡା ୫/୧୨ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଆଶ୍ରମ ପରିସରରେ ସୋମବାର ୩୯ ତମ ବ୍ରହ୍ମଯଜ୍ଞ ଓ ବାଲ୍ୟଳିଲା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମହିମା ଆଶ୍ରମର ପୁରୋଧା ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ପୌରହିତ୍ୟ କରିଥିବା ବେଳେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ବାଲ୍ୟଳିଲା ପରିଚାଳନା କମିଟିର ସଭାପତି ସନତ କୁମାର ସିଂହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜଗତର କଲ୍ୟାଣ ନିମନ୍ତେ ଯେଉଁଥିରେ ସତ୍ୟ,ଶାନ୍ତି,ଦୟା, କ୍ଷମା ଓ ସରଳତା ଅନ୍ତର୍ନିହିତ ସେହି ପଥ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ବାଲ୍ୟଳିଲା ମହୋତ୍ସବକୁ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ଉପସ୍ଥିତ ସଦସ୍ୟ ମାନଙ୍କୁ କହିବା ସହିତ କୌଣସି କୁଉପାର୍ଜିତ ଅର୍ଥ ଏଥିରେ ବିନିଯୋଗ କରିବା ପାଇଁ ସମ୍ପୁର୍ଣ୍ଣ ବାରଣ କରିଥିଲେ ।
ଏହି ଅବସରରେ ସମ୍ପାଦକ ସୁଦାମ ପଧାନ ଓ କୋଷାଧ୍ୟକ୍ଷ ଉପେନ୍ଦ୍ର ବାରିକ ଗତବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ ଏବଂ ସର୍ଵ ସମ୍ମତି କ୍ରମେ ତାହା ପାରିତ ହୋଇଥିଲା ।
ଏହା ପରେ ଆସନ୍ତା ୨୦୨୪ ଜାନୁୟାରୀ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୯ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ବାଲ୍ୟଳିଲା ମହୋତ୍ସବ ଉପରେ ଆଲୋଚନା ହୋଇଥିଲା ଏବଂ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଗତ କରା ଯାଇଥିଲା । ଉକ୍ତ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ନୂତନ ପରିଚାଳନା କମିଟି ଗଠିତ ହୋଇଥିଲା । ନୂତନ ପରିଚାଳନା କମିଟିର ସଭାପତି ଭାବେ ସନତ କୁମାର ସିଂହଙ୍କୁ ମନୋନୀତ କରା ଯାଇଥିବା ବେଳେ ରବିରତ୍ନ ପଧାନ ଓ କୁଶାସନ ପଧାନଙ୍କୁ ଉପ ସଭାପତି,ସୁଦାମ ପଧାନଙ୍କୁ ସମ୍ପାଦକ ଓ ସରୋଜ ନନ୍ଦ ଙ୍କୁ ସହ ସମ୍ପାଦକ ଏବଂ ଉପେନ୍ଦ୍ର ବାରିକ କୋଷାଧ୍ୟକ୍ଷ ଓ ଉପେନ୍ଦ୍ର ଭୋଇଙ୍କୁ ସହ କୋଷାଧ୍ୟକ୍ଷ ଭାବେ ଚୟନ କରା ଯାଇଥିଲା । ସେହିପରି କମିଟିର ସାଧାରଣ ସଦସ୍ୟ ରୂପେ ରୋହିତ ଧୁରୁଆ ,ପ୍ରସନ୍ନ ପଧାନ, ନରେନ୍ଦ୍ର ଗଡତିଆ,ଇନ୍ଦ୍ରମଣି ପଧାନ, ଜଗଦୀଶ ଭୋଇ, ସଞ୍ଜିତ ପଧାନ,ଗୌରାଙ୍ଗ ବାରିକ, ସାହେବ ସାହୁ,ଜଗମୋହନ ପଧାନ,ଅଶ୍ୱିନୀ ପୂଜାରୀ,ନରେଶ ନାୟକ, ଲବ ପଧାନ,ଖୁସିରାମ ଭୋଇ ପ୍ରମୁଖ ରହିଥିବା ବେଳେ ଆୟବ୍ୟୟ ତଦାରଖ କରିବା ପାଇଁ ଓମ ପ୍ରକାଶ ପ୍ରଧାନ, ପୌଲସ୍ତ୍ୟି ମେହେର,ପଞ୍ଚୁରାମ ସାହୁ, ସୌକିଲାଲ ପଧାନ ଓ ଭବାନୀ ଶଙ୍କର ମେହେର ରହିଛନ୍ତି । ଏହା ସହିତ ଉପଦେଷ୍ଟା ସଦସ୍ୟ ଭାବେ ଦୟାକର ପଧାନ,ଜଗଦୀଶ ପ୍ରସାଦ ମିଶ୍ର, ସେବକରାମ ଭୋଇ, ଦୁଃଖୀ ଶ୍ୟାମ ପଟ୍ଟନାୟକ, ରତ୍ନାକର ଖମାରୀ, ନୃପଲାଲ ପଧାନ,ନକୁଳ ପଧାନ ଓ ସନ୍ୟାସୀ ପାତ୍ର ମନୋନୀତ ହୋଇଥିଲେ । ଏହା ବ୍ୟତୀତ ଉପସ୍ଥିତ ସଦସ୍ୟ ମାନଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ ବଣ୍ଟନ କରା ଯାଇଥିଲା । ଶେଷରେ ସମ୍ପାଦକ ସୁଦାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ବୈଠକ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଆଜିର ବୈଠକରେ ପଞ୍ଚଗାଁ, ଅତାବିରା, ମଚିଦା, ଭିକମପାଲି,ପଲସଦା, କତରବଗା ଓ ଜାମଗାଁ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।

More Stories