Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ରେ ବିଜେପି ୧୦୦ ଆସନ ଜିତିବ, ମୁଁ ବାଲେଶ୍ଵରରୁ ଲଢିବି: ଖାରବେଳଙ୍କ ବଡ଼ ମନ୍ତବ୍ୟ

ଭୁବନେଶ୍ଵର: ନିର୍ବାଚନ ଋତୁ ପାଖେଇ ଆସିଲାଣି। ଆଉ କେଇଟା ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ। ନିକଟରେ ସଂପନ୍ନ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଚମକପ୍ରଦ ବିଜୟ ହାସଲ ପରେ ଓଡ଼ିଶା ବିଜେପି ସିହରି ଉଠିଛି। ଦଳର ନେତା ଆତ୍ମ ବିଭୋର ହୋଇ ଉଠିଲେଣି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ଐରଖାରବେଳ ସ୍ଵାଇଁ ବଡ଼ ବୟାନ ଦେଇଛନ୍ତି। ଆଗାମୀ ନିର୍ବାଚନରେ ବିଜେପି କେତେ ଆସନ ଜିତିବ ଏବଂ ସେ କେଉଁ ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ସେ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ଖାରବେଳ ସ୍ଵାଇଁ।

ସେ କହିଛନ୍ତି ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରିବ। ଦଳ ବିଧାନସଭାରେ ୧୦୦ ଓ ଲୋକସଭାରେ ୧୫ ଆସନ ଜିତିବ। ମୁଁ ଏଥର କନ୍ଧମାଳରୁ ନୁହେଁ ବାଲେଶ୍ଵରରୁ ନିର୍ବାଚନ ଲଢିବି। ମୁଁ ଲୋକସଭା ଲଢିବି ଓ ପ୍ରତାପ ଷଡ଼ଙ୍ଗୀ ବିଧାନସଭା ଲଢିବେ। ଏକଥା ମୁଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ଵଙ୍କୁ ପ୍ରସ୍ତାବ ଦେଇଛି। ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଖାରବେଳ କହିଛନ୍ତି।

ବର୍ତ୍ତମାନ ବାଲେଶ୍ଵର ଲୋକସଭାରୁ ସାଂସଦ ଅଛନ୍ତି ପ୍ରତାପ ଷଡ଼ଙ୍ଗୀ। ଅନ୍ୟପଟେ ୨୦୧୯ ନିର୍ବାଚନରେ ଐରଖାରବେଳ ସ୍ଵାଇଁ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ। ସେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କଠୁ ପରାଜିତ ହୋଇଥିଲେ। ଏଥର କେଉଁ ଲୋକସଭାରୁ କାହାକୁ ବିଜେପି ପ୍ରାର୍ଥୀ କରୁଛି ସେ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ତେବେ ଖାରବେଳଙ୍କ ଏହି ବଡ଼ ମନ୍ତବ୍ୟ ରାଜନୈତିକ ମାହୋଲକୁ ବେଶ ସରଗରମ କରିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ