ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ମିଗଜୋମର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କିମି ରହିଛି। ଭୀଷଣ ବର୍ଷା ଜାରି ରହିଛି। ତେବେ ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ। ତେବେ ବାତ୍ୟା ପ୍ରଭାବରେ ବର୍ତ୍ତମାନ ନେଲୋର-ମଛଲିପଟନମ ଏବଂ ଏହାର ଆଖପାଖ ଜିଲ୍ଲାରେ ଭୀଷଣ ବର୍ଷା ଜାରି ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ମଧ୍ୟରାତ୍ର ସୁଦ୍ଧା ବାତ୍ୟା ମିଗଜୋମ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ। ବିଶେଷ କରି ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ତେଣୁ ୬ ତାରିଖ ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦୁଇ ଘଣ୍ଟାରେ ସ୍ଥଳଭାଗ ଅତିକ୍ରମ ବାତ୍ୟା ମିଗଜୋମ।
ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଜାରିରହିଥିବା ବେଳେ ଆଗାମୀ 2ଘଣ୍ଟା ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା #ମିଗଜୋମ pic.twitter.com/jz8Fj742j2
— usd (@usd0705) December 5, 2023
ସେପଟେ ବାତ୍ୟା ନେଇ ୫ ରାଜ୍ୟକୁ ଆଲର୍ଟ କରାଯାଇଛି । ବାତ୍ୟା ମୁକା ମୁକାବିଲା ପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ଏନଡିଆରଏଡିଫ୍ର ୨୯ଟିମ୍ ନିୟୋଜିତ ହୋଇଛନ୍ତି । ତାମିଲନାଡ଼ୁରେ ୧୨, ଆନ୍ଧ୍ର ପ୍ରଦେଶରେ ୧୧, ତେଲେଙ୍ଗାନାରେ ୧, ପୁଡୁପୁଡୁଚେରୀରେ ୩ଟି ଟିମ୍ ଆଲର୍ଟରେ ଅଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ବାତ୍ୟା ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଗତକାଲି ବାତ୍ୟା ପ୍ରଭାବରେ ତାମିଲନାଡୁରେ ଭୀଷଣ ବର୍ଷା ହେବାରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ସହରାଞ୍ଚଳରେ କାର ଭାସିବା ସହ ବିମାନବନ୍ଦର ପାଣିରେ ବୁଡ଼ି ଯାଇଥିବା ଚିତ୍ର ସାମ୍ନାକୁ ଆସିଥିଲା।