ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଂଚଳର ସାମୁହିକ ବିକାଶ ପାଇଁ ବ୍ଲକ ର ସମସ୍ତ ସରପଞ୍ଚ ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ଅଞ୍ଚଳର ବିକାଶ ସମସ୍ତ ଯୋଜନା ର ସଫଳ ରୂପାୟନ ରେ ସ୍ଵଛତା , ପଞ୍ଚାୟତି ରାଜ ପ୍ରତିନିଧି ଙ୍କ ଭାଗିଦାରୀ ଓ ବ୍ଲକ୍ ପ୍ରଶାସନ ର ସହଯୋଗ ପାଇଁ ଆଲୋଚନା ହୋଇଛି l ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ସମନ୍ୱୟ କମିଟି ସଭ୍ୟ ତଥା ବରିଷ୍ଠ ସଭ୍ୟ ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର , ସରପଞ୍ଚ ଚଂପାମ।ଲ୍ ମହେନ୍ଦ୍ର ଜଗଦଲା , ସରପଞ୍ଚ ମୁରଶୁଣ୍ଢୀ ମନୋଜ କୁମାର ସାହୁ , ସଂପାଦକ ସୁର୍ଯ୍ୟ ନାରାୟଣ ନନ୍ଦ ଙ୍କ ନେତୃତ୍ୱରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣଗ୍ରାହୀଙ୍କ ସହ ପଂହାୟତ ସମିତି ସଭାଗୃହରେ ଆଲୋଚନା କରିଥିଲେ । ଆଲୋଚନା ରେ ସରପଞ୍ଚ ହିଲୁଙ୍ଗ ବନିତା ସେଠୀ , ସରପଞ୍ଚ କେଞ୍ଝେରିଆ ପାଲି ସସ୍ମିତା ଦୀପ , ସରପଞ୍ଚ ପିତା ମହୁଲ ଅକସ୍ମିତl ବଢ଼ିଆ , ସରପଞ୍ଚ ଖଣ୍ଡହତା ଜୟଶ୍ରୀ ଦେହୁରୀ , ସରପଞ୍ଚ କମୀରା ଅନୁଷୟା ପଧାନ , ସରପଞ୍ଚ ସଂଗ୍ରାମ ପୁର ଅଳକା କର୍ମୀ ଙ୍କ ସହିତ ସମସ୍ତ ସରପଞ୍ଚ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଶେଷରେ ଊପାଧ୍ୟକ୍ଷ ନାରାୟଣ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ ।
ବୀରମହାରାଜପୁର ଅଞ୍ଚଳର ସାମୁହିକ ବିକାଶ ପାଇଁ ସରପଞ୍ଚ ସଂଘ ର ବୈଠକ
