ଭୁବନେଶ୍ଵର: ଆୟକର ଫାଙ୍କି ଅଭିଯୋଗରେ ସଂସ୍ଥା ଉପରେ ବଡ଼ ଧରଣର ଆଇଟି ରେଡ୍। ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ବୁଧବାର ଚଢାଉ ହୋଇଛି। ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ଏକକାଳୀନ ରେଡ୍ ହୋଇଛି। ଏହା ସହିତ କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢାଉ ହୋଇଥିବା ଜଣା ପଡ଼ିଛି। ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ଆଇଟି ରେଡ୍ ହୋଇଛି। ଟ୍ୟାକ୍ସ ପୈଠରେ ଅନିୟମିତତା ଯୋଗୁଁ ଆଇଟି ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।
ବୁଧବାର ଭୋର ପ୍ରାୟ ୪ ଘଣ୍ଟା ସମୟରୁ ଚଢାଉ ଜାରି ରହିଛି । ଚଢାଉରେ ୧୨ଟି ଟିମ୍ ଓ ୪ ଜଣ CISF ଯବାନ ସାମିଲ ଥିବା ସୂଚନା ମିଳିଛି । ସେହିପରି ପୁରୁଣା କଟକର ବିଶିଷ୍ଟ ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ୍ ମିଲ, ବାସଭବନ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିବା ନେଇ ସୂଚନା ମିଳିଛି ।